Odisha news

ଲକ ଡାଉନ ପରେ ବୋରିଗୁମ୍ମା ସହର ସୁନସାନ ଅତ୍ୟାବଶକ ନ ଥିଲେ ଘରୁ ବାହାରୁ ନାହାନ୍ତି ଲୋଜେ।

0
ବୋରିଗୁମ୍ମା : କରୋନା ଭାଇରସ ବିଶ୍ୱ କୁ ଗ୍ରାସ କରିଛି। ଆମ ଦେଶ ଭାରତ ବି ବାଦ ପଡ଼ିନାହିଁ। ଦେଶରେ କରୋନା ଙ୍କ ଆକ୍ରାନ୍ତ ଙ୍କ ସଂଖ୍ୟା ୫୭୭ ଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦୁଇ ରେ ହିଁ ସୀମିତ ରହିଛି। ତେବେ ଆମ ରାଜ୍ୟ ସରକାର କରୋନା ଭାଇରସ କୁ ରୋକିବା ପାଇଁ ଯଥେଷ୍ଟ ପଦକ୍ଷେପ ନେଇଛନ୍ତି।
ରାଜ୍ୟରେ ବସ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ କରିଥିବା ବେଳେ ୩୦ ଗୋଟି ଜିଲ୍ଲାରେ ଲକ ଡ଼ାଉନ କରିଛନ୍ତି। କୋରାପୁଟ ଜିଲ୍ଲାରେ  ବୋରିଗୁମ୍ମା ସହରରେ ଏହାର ପ୍ରଭାବ ଦେଖାଦେଇଛି। ଲୋକେ ଅତ୍ୟାବଶକ ନ ହେଲେ ପଦାକୁ ବାହାରୁ ନାହାନ୍ତି। ବୋରିଗୁମ୍ମା ସହରରେ କିରାନା ଦୋକାନ, ଫଳ , କ୍ଷୀର,ମାଛ , ମାଂସ  ଓ ପନିପରିବା ଦୋକାନ କୁ ବାଦ ଦେଲେ କୌଣସି ଦୋକାନ ଖୋଲିନାହଁ। ତେବେ ସକାଳ ୮ ତା ପରେ କିରାନା ଓ ପନିପରିବା ଦୋକାନ ରେ ଗହଳି ଦେଖିବାକୁ ମିଳୁଛି। ସାମାଜିକ ଦୂରତ୍ୱ ଲୋକମାନେ ପାଳନ କରୁ ନ ଥିବା ଦେଖାଦେଇଛି। ପୋଲିସ ଏସ ଡ଼ି ପି ଓ ହରେକୃଷ୍ଣ ମାଝି ଓ ଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ ତତ୍ୱବାଧାନରେ ଲୋକ ମାନଙ୍କୁ ରାସ୍ତାରେ ଅଟକାଇ ପୋଲିସ ପଚାରୁଛି।
ବାଇକ ରେ ଦୂଇ ଜଣ ଗଲେ ,ବିନା କାରଣ ରେ ବାଇକ ରେ ବୁଲିଲେ ପୋଲିସ କାରଣ ମାଗୁଛି। ତେବେ ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କ ୨୧ ଦିନିଆ ଲକ ଡ଼ାଉନ ପରେ କିଛି ଲୋକ କିରାନା ସାମଗ୍ରୀ ବହୁ ପରିମାଣ ର ନେଇ ଯାଉଛନ୍ତି। କିଛି କୁରାନା ଦୋକାନ ରେ ରାସନ ସାମଗ୍ରୀ ଶେଷ ହୋଇଥିବା ଦେଖାଦେଇଛି।।କେବଳ ବୋରିଗୁମ୍ମା ସହର ନୁହେଁ ଗ୍ରାମାଞ୍ଚଳ ରେ କରୋନା ଭାଇରସ ର ପ୍ରଭାବ ପଡିଛି। ୨୧,ଦିନର ଲକ ଡାଉନ ପରେ ଗ୍ରାମାଞ୍ଚଳ ଲୋକ ମଧ୍ୟ ସଚେତନ ହୋଇଛନ୍ତି।ବି ସିଂହପୁର ପୋଲିସ ପେଟ୍ରୋଲିଂ କରି  ଲୋକମାନଙ୍କୁ ବୁଝାଉଛି। କୌଣସି ଅତ୍ୟାବଶକ କାମ ଥିଲେ ଘରୁ ବାହାରନ୍ତୁ। ନ ଚେତ ଘରେ ରୁହନ୍ତୁ ବୋଲି ପୋଲିସ କହିଛି।

Leave A Reply