ନୂଆଦିଲ୍ଲୀ : ଚଳିତଥର ବିଶ୍ୱକପ ରେ ପାକିସ୍ତାନ ଓ ଆଫଗାନିସ୍ଥାନ ର ମ୍ୟାଚ ଖୁବ ଚିତାକର୍ଷକ ଥିଲା l ଆଫଗାନିସ୍ଥାନ ଦଳ ଏହି ମ୍ୟାଚ ରେ ବିଜୟଲାଭ କରି ଇତିହାସ ରଚିଛି l 6କିନ୍ତୁ ଏହି ମ୍ୟାଚ ପରେ ଜଣେ ଆଫଗାନିସ୍ଥାନ କ୍ରିକେଟର ଏଭଳି କିଛି କହି ଦେଇଛନ୍ତି, ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ରାଜନୈତିକ ମୋଡ଼ ନେଇଛି l ପ୍ରେଜେଣ୍ଟଟେସନ ସମୟରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ଇବ୍ରାହିମ ଯାଦରନ ନିଜର ପୁରସ୍କାର ସେହି ଆଫଗାନ ଶରଣାର୍ଥୀ କୁ ସମର୍ପିତ କରିଥିଲେ ଯେଉଁ ମାନଙ୍କୁ ପାକିସ୍ତାନ ରୁ ବାହାର କରାଯାଉଛି l ଯାଦରନ ଯେଉଁ ବିଷୟରେ ଆଲୋଚନା କରିଥିଲେ ଯାହାର ସମ୍ପର୍କ ୧୯୭୯ ରୁ ଜଡିତ l
କଣ ରହିଛି ଏହି ସମ୍ପୂର୍ଣ ମାମଲା ?
୧୯୭୯ ରେ ରୁଷ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା l ଏହି ଆକ୍ରମଣ ସମୟରେ ଲକ୍ଷ ଲକ୍ଷ ଆଫଗାନ ବାସୀ ପାକିସ୍ତାନ ପଳାଇ ଯାଇଥିଲେ l ଶରଣାର୍ଥୀ ଶିବିର ରେ ରହିବ ସମୟରେ ଏହି ଆଫଗାନ ମାନେ କ୍ରିକେଟ ଖେଳିବା ଶିଖିଥିଲେ l ଏହାପରେ ଦ୍ଵିତୀୟଥର ଆଫଗାନ ବାସୀ ୨୦୨୧ ରେ ତାଲିବାନ ହାତକୁ ଆଫଗାନିସ୍ଥାନ ଯିବା ପରେ ପଳାୟନ କରିଥିଲେ l ୟୁନାଇଟେଡ଼ ନେସନ ର ତଥ୍ୟ ଅନୁସାରେ ୧.୩ ମିଲିୟନ ଆଫଗାନ ନାଗରିକ ପାକିସ୍ତାନ ରେ ରେଜିଷ୍ଟାର କରି ରହିଛନ୍ତି l ଏହାସହ ୧୭ ଲକ୍ଷ ଆଫଗାନ ବାସୀ ବର୍ତମାନ ମଧ୍ୟ ଅବୈଧ ଭାବରେ ପାକିସ୍ତାନ ରେ ରହିଛନ୍ତି l
ବର୍ତମାନ ଏହି ୧୭ ଲକ୍ଷ ଆଫଗାନ ନାଗରିକ ଙ୍କୁ ପାକିସ୍ତାନ ଛାଡିବାକୁ ଆଦେଶ ଦିଆଯାଇଛି l ଏହି ଶରଣାର୍ଥୀ ମାନଙ୍କୁ ଚଳିତ ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ପାକିସ୍ତାନ ଛାଡିବାର ଡେଡ଼ଲାଇନ ଦିଆଯାଇଛି l ବିଶେଷ କଥାଟି ହେଲା ଗତ କିଛିଦିନ ହେଲା ବଲୁଚିସ୍ତାନ ଓ ଖେବର ପଖତୁନାଵା ରେ ବିସ୍ଫୋଟ ହେଉଥିବାର ସୂଚନା ରହିଛି l ଏହା ସେହି ସ୍ଥାନ ଯେଉଁଠି ଅବୈଧ ଆଫଗାନ ରହୁଛନ୍ତି l ପାକିସ୍ତାନ ଦାବି କରିଛି ଯେ ଏଠାରେ ହେଉଥିବା ବିସ୍ଫୋଟ ରେ ସେହି ଅବୈଧ ଶରଣାର୍ଥୀ ଙ୍କ ହାତ ରହିଛି l ତେଣୁ ଏହି ଆଫଗାନ ଶରଣାର୍ଥୀ କୁ ଦେଶ ଛାଡିବା ପାଇଁ କୁହାଯାଇଛି l
ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହାକୁ ଖୁବ ଆଲୋଚନା କରାଯାଇଛି l ୟୁନାଇଟେଡ଼ ନେସନ ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି l ଆଫଗାନିସ୍ତାନ ସରକାର ମଧ୍ୟ ଏହାକୁ ପାକିସ୍ତାନ ର ଆଲୋଚନା କରିଛନ୍ତି l ଆଫଗାନିସ୍ତାନ ସରକାର ଙ୍କ ପକ୍ଷରୁ ପାକିସ୍ତାନ ସୀମାରେ ଶରଣାର୍ଥୀ ଙ୍କ ଟେଣ୍ଟ ଲଗାଯାଇଛି l