Odisha news

ଭାଲେଣ୍ଟାଇସ ଡେରେ ନିଜ ପତ୍ନୀଙ୍କୁ କିଡ୍ନୀ ଉପହାର ଦେଇ ଜୀବନ ରକ୍ଷାକଲେ ବ୍ୟକ୍ତି

ନୂଆଦିଲ୍ଲୀ : ଗୁଜୁରାଟର ଜଣେ ବ୍ୟକ୍ତି ଭାଲେଣ୍ଟାଇସ ଡେ ରେ ନିଜର ଅସୁସ୍ଥ ପତ୍ନୀଙ୍କୁ କିଡ୍ନୀ ଦେଇ ଚର୍ଚାକୁ ଆସିଛନ୍ତି l ମିଳିଥିବା ସୂଚନା ଅନୁସାରେ ଏହି ଦମ୍ପତି ଗୁଜୁରାଟରେ ରୁହନ୍ତି l ଯିଏ ଅସୁସ୍ଥ ହେଇଛନ୍ତି ତାଙ୍କ ନାମ ରିତା ପଟେଲ ଅଟେ l ତାଙ୍କ ସ୍ୱାମୀ ବିନୋଦ ପଟେଲ ରିତାଙ୍କର ଅଟୋଇମ୍ୟୁନ କିଡ୍ନୀ ଠିକରେ କାର୍ଯ୍ୟ ନକରୁଥିବା କାରଣରୁ ଗତ ୩ ବର୍ଷ ହେଲାଣି ତାଙ୍କର ଚିକିତ୍ସା କରୁଥିଲେ l ଚିକିତ୍ସା ହେବ ପରେ ମଧ୍ୟ ରିତା ଠିକ ହୋଇ ପରି ନଥିଲେ l ଡାକ୍ତରଙ୍କ ସହିତ ପରାମର୍ଶ କରି ବିନୋଦ ରିତାଙ୍କୁ କିଡ୍ନୀ ଦେବା ପାଇଁ ସ୍ଥିର କଲେ l ଅହମଦାବାଦର ଡାକ୍ତର ସିଦ୍ଧାର୍ଥ କହିଛନ୍ତି ଯେ ରିତାଙ୍କୁ ହୋଇଥିବା ରୋଗ ଦ୍ୱାରା ଶରୀରର ଇମ୍ୟୁନ ସିଷ୍ଟମ ଖରାପ ହୋଇଯାଇଥାଏ l

ଯାହା ଫଳରେ ମଣିଷର ଯେକୌଣସି ଶରୀରର ଅଂଶ ଖରାପ ହୋଇପାରେ l ସେହି ଭଳି ଭାବରେ ରିତାଙ୍କର କିଡ୍ନୀ ଖରାପ ହୋଇଯାଇଥିବା କାରଣରୁ ସେ ସର୍ବଦା କଷ୍ଟ ଅନୁଭବ କରୁଥିଲେ l ତାଙ୍କର ବୟସ ୪୪ ବର୍ଷ ଅଟେ ଏବଂ ସେ ଡାଇଲେସିସ ମଧ୍ୟ କରୁଥିଲେ ତା ସହିତ ଶରୀରରେ ଅନେକ ଯନ୍ତ୍ରଣା ଅନୁଭବ କରୁଥିଲେ l ଯାହା କୁ ଦେଖି ବିନୋଦ ସ୍ଥିର କଲେ ଯେ ତାଙ୍କ ପତ୍ନୀଙ୍କୁ ଗୋଟିଏ କିଡ୍ନୀ ଦେବେ l ଏହାକୁ ନେଇ ବିନୋଦ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ପ୍ରତ୍ୱେକଟି ମଣିଷ ନିଜର ସ୍ତ୍ରୀ ଏବଂ ସ୍ୱାମୀଙ୍କର ହେଉ ଜୀବନ ବଞ୍ଚାଇବାକୁ ନେଇ ଏଭଳି ପଦକ୍ଷପ ନେବା ବଶ୍ୟକ l

Comments are closed.