Odisha news

ଜିଲ୍ଲା ପରିଷଦ ସଭାପତି ଓ ଆରଆଇ ଙ୍କ ବିବାଦ ର ଆପୋଷ ସମାଧାନ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅଧିନ ସାନ ମାଣତିଆ ରାଜସ୍ୱ ନିରିକ୍ଷକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ କଥାକଥିତ ବିବାଦ ଆପୋଷ ଆଲୋଚନାରେ ସମାଧାନ ହୋଇ ଯାଇଥିବା ଜଣା ପଡିଛି । ସାନ ମାଣତିଆ ଅଂଚଳରେ ଅମ୍ପାନ ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଆରଆଇ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ମଧ୍ୟରେ ତଦନ୍ତ ପଦ୍ଧତିକୁ ନେଇ ବିବାଦ ଦେଖା ଦେଇଥିଲା ।

ସଂପୃକ୍ତ ଅଂଚଳଟି ସାନ ମାଣତିଆ ଗ୍ରାମ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଗ୍ରାମ ହୋଇ ଥିବାରୁ ପୂର୍ବରୁ ଖବର ଦେଇ ଠିକ୍ ଭାବରେ ତଦନ୍ତ କରିବା , କ୍ଷୁକ୍ଷତି ଆକଳନ କରିବା ଘଟଣାକୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂପୃକ୍ତ ଆରଆଇଙ୍କୁ ତାଗିଦା କରିଥିଲେ । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆରଆଇଙ୍କୁ ଗାଳି ଗୁଲଜ କରିବା ନେଇ ତହସିଲଦାର ଙ୍କ ପାଖରେ ମୈାଖିକ ଅଭିଯୋଗ ହୋଇଥିଲା । ତେବେ ଏହାକୁ ନେଇ ଆରଆଇଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସଂଘରେ ଆଲୋଚନା ହୋଇଥିଲା ।

ଘଟଣାର ସମାଧାନ ନହେଲେ ଆରଆଇ ମାନେ କଲମ ଛାଡ ଆନେ୍ଦାଳନ କରିବେ ବୋଲି ପ୍ରସ୍ତୁତି ଚଳାଇଥିବା ଜାଣିବା ପରେ ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଦିଲିପ କୁମାର ପରିଡା ଏଥିରେ ହସ୍ତକ୍ଷେପ କରି ଆପୋଷ ସମାଧାନ ପାଇଁ ବାଟ ଦେଖାଇଥିଲେ । ଏନେଇ ଶନିବାର ଗ୍ରାମ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପିଡି ଶ୍ରୀ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଆପୋଷ ସମାଧାନ କରାଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ଅତିରିକ୍ତ ଜିଲ୍ଲାପାଳ ରେଭିନୁ୍ୟ ନରହରି ସେଠୀ, ତହସିଲଦାର ହେମଲତା ବାହାଲିଆ, ଅତିରିକ୍ତ ତହସିଲଦାର ନମିତା ବାରିକ ଓ ଆରଆଇ ସଂଘ ପକ୍ଷରୁ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

Nalco

Leave A Reply