କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଚନ୍ଦନପୁର ପଞ୍ଚାୟତର ଚନ୍ଦନପୁର, ସୋରଡ଼ାପଲ୍ଲୀ ଓ ସିଗଂଡାପଲ୍ଲୀ ଠାରେ ଗୁରୁବାର ପ୍ରଥମ ପର୍ଯ୍ୟାୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଚନ୍ଦନପୁର ପଂଚାୟତର ଅନେକ ଗ୍ରାମ ବଣ ପାହାଡ ଘେରା ତଥା ମ୍ଯାଲେରିଆ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏହି ପଞ୍ଚାୟତରୁ ପ୍ରଥମେ ଔଷଧୀୟ ମଶାରୀ ବଣ୍ଟନର ଶୁଭାରମ୍ଭ କରାଯାଇଛି ।ଚନ୍ଦନପୁର ପଞ୍ଚାୟତର ସରପଞ୍ଚ ମଧୁସୂଦନ ସାହୁ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିବା ବେଳେ ସ୍ଥାନୀୟ ଆଶାକର୍ମୀ, ଅଂଗନବାଡି କର୍ମୀ, ଓ୍ବାର୍ଡ ସଭ୍ଯ, ମଶାବାହୀତ ରୋଗର ବୈଷୟିକ ପରିଦର୍ଶକ, ଗୋଷ୍ଠୀ ସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ, ବ୍ଲକ ପ୍ରୋଗ୍ରାମ ମ୍ଯାନେଜର, ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଓ ବହୁମୂଖୀ ସ୍ବାସ୍ଥ୍ୟକର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇ ସହଯୋଗ କରିଥିଲେ।
ମଶାବାହୀତ ରୋଗ ଯଥା, ଡେଙ୍ଗୁ ମ୍ଯାଲେରିଆ, ଚିକେନ୍ ଗୁନିଆ, ଫାଇଲେରିଆ ଭଳି ରୋଗର ନିରାକରଣ ପାଇଁ ଦୀର୍ଘସ୍ଥାୟୀ ଔଷଧୀୟ ମଶାରୀ ବଣ୍ଟନ କରାଯିବାକୁ ସରକାର ବ୍ଯବସ୍ଥା କରିଛନ୍ତି। ବ୍ଲକର ସବୁ ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକରେ ଏହି ମାସ ଶେଷ ସୁଦ୍ଧା ୮୦ ହଜାର ମଶାରୀ ବଣ୍ଟନ କରାଯିବାର ଲକ୍ଷ୍ୟ ରହିଛି ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୁଜିତ୍ କୁମାର ବେହେରା ପ୍ରତ୍ଯକ୍ଷ ଭାବରେ ପରିଚାଳନା କରୁଥିବା ଜଣାପଡ଼ିଛି।
Comments are closed.