Odisha news

ୱେଷ୍ଟ ବେଙ୍ଗଲ ନିର୍ବାଚନ : ଟିଏମସି ଜାରିକଲା ନିର୍ବାଚନ ଇସ୍ତାହାର , ଆସନ୍ତୁ ଜାଣିବା ଘୋଷଣା ପତ୍ରରେ କଣ ସବୁ ଅଛି

ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ନିର୍ବାଚନ ଇସ୍ତାହାର ଜାରି କରିଛି। ବଙ୍ଗଳାର ଆଠଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ l ନିର୍ବାଚନ ଫଳାଫଳ ୨  ମେରେ  ଆସିବ | ଏହି ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ସାମ୍ନାରେ  ​​ବିଜେପି ଏକ ବଡ ଚ୍ୟାଲେଞ୍ଜ । ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଟିଏମସି ଏହାର ମନିଫେଷ୍ଟୋ ଜାରି କରିଛି। ମନିଫେଷ୍ଟୋ ରିଲିଜ୍ ସମୟରେ ମମତା ବାନାର୍ଜୀ  କହିଛନ୍ତି ଯେ ଲକଡାଉନ୍ ସମୟରେ ଆମେ ବଙ୍ଗଳାରେ ଲୋକଙ୍କୁ ଖାଇବା ପିଇବା ପାଇଁ ବ୍ୟବସ୍ଥା କରିଥିଲୁ ଓ ଲୋକଙ୍କ ସବୁ ପ୍ରକାର ଧ୍ୟାନ ରଖିଥିଲୁ l ସେ କହିଛନ୍ତି ଯେ ଟିଏମସି ସରକାରରେ ଲୋକଙ୍କ ଆୟ ବୃଦ୍ଧି ପାଇଛି। ମନିଫେଷ୍ଟୋ ରିଲିଜ୍ ସମୟରେ ସେ କହିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟ କାରଣରୁ ମନିଫେଷ୍ଟୋ ପ୍ରଦାନ କରିବାରେ ବିଳମ୍ବ ହୋଇଛି। ମମତା ବାନାର୍ଜୀ କହିଥିଲେ ଲୋକମାନେ ସମସ୍ତେ ଜାଣନ୍ତି  ଆମେ ଆମର ସମସ୍ତ ପ୍ରତିଜ୍ଞା ପୂରଣ କରିଛୁ। ଆମେ କରିଥିବା କାର୍ଯ୍ୟ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି | ଜାତିସଂଘ ତରଫରୁ ଆମକୁ ପୁରସ୍କାର ମଧ୍ୟ ମିଳିଛି l ୧୦୦ ଦିନର କାର୍ଯ୍ୟ ଦୃଷ୍ଟିରୁ ଆମେ ଏକ ନମ୍ବରରେ ଅଛୁ  | ଆମେ ଆମ  ରାଜ୍ୟରେ ଦାରିଦ୍ରକୁ ୪୦ ପ୍ରତିଶତ ହ୍ରାସ କରିଛୁ ଓ  କୃଷକଙ୍କ ଆୟ ତିନି ଗୁଣ ବୃଦ୍ଧି କରିଛୁ।

ଆସନ୍ତୁ ଜାଣିବା ମମତାଙ୍କ ନିର୍ବାଚନ ଇସ୍ତାହାର ରେ କଣ ସବୁ ଅଛି :

ମମତା କହିଛନ୍ତି ଆମ ସରକାର ଲୋକଙ୍କୁ ରୋଜଗାର ଦେଇଛି ଓ  ମୁଁ ମୋର ପୁରା ଜୀବନ ମାତୃଭୂମି ସେବାରେ ନିୟୋଜିତ କରିଛି l ମୁ ବଙ୍ଗଳାର ଝିଅ ଓ ଏହି ଘୋଷଣା ପତ୍ର ମା , ମାଟି ଓ ବଙ୍ଗଳା ଲୋକଙ୍କ ପାଇଁ l ଗତ ଏକ ବର୍ଷ ମଧ୍ୟରେ ବହୁତ କିଛି କାମ ପଛରେ ରହି ଯାଇଛି l  କରୋନା କାଳରେ ଫ୍ୟାକ୍ଟ୍ରି ,ଦୋକାନ ସବୁ ବନ୍ଦ ରହିଥିଲା l ଇସ୍ତାହାରରେ ବର୍ଷକ ମଧ୍ୟରେ ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେବା ସହ ବିଧବା ମହିଳାଙ୍କୁ ମେ’ ମାସରୁ  ଏକ ହଜାର ଟଙ୍କା ଦେବାକୁ ଘୋଷଣା । ସେ କହିଛନ୍ତି ଯେ ଯେତେବେଳେ ଆମେ କ୍ଷମତାକୁ ଆସିବୁ, ଲୋକମାନେ ଦୁଆର  ଯୋଜନା ଅନ୍ତର୍ଗତ ଲୋକଙ୍କ ଘରେ ରାସନ ସାମଗ୍ରୀ ପହଂଚାଇବେ l

ମମତା ବାନାର୍ଜୀ ଏସସି ଏବଂ ଏସଟିଙ୍କୁ 12 ହଜାର ଟଙ୍କା ଏବଂ ନିମ୍ନ ବର୍ଗର ଲୋକଙ୍କୁ ୬  ହଜାର ଟଙ୍କା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। ଏହା ବ୍ୟତୀତ ସିଏମ ମମତା ବାନାର୍ଜୀ ମଧ୍ୟ ଛାତ୍ରମାନଙ୍କ ପାଇଁ କ୍ରେଡିଟ କାର୍ଡ ଆଣିବାକୁ ପ୍ରତିଶୃତି ଦେଇଛନ୍ତି।

Comments are closed.