Odisha news

ଅଚାନକ ଉଡୁଥିବା “ସୁନା କଇଁଛ”କୁ ଧରିବା ପାଇଁ ଦୌଡିଲେ ଲୋକ : ତାପରେ …..

0

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏପରି ଗୋଟିଏ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଦେଖିବାକୁ ମିଳିଛି ଛୋଟ ଛୋଟ ସୁନେଲି ରଙ୍ଗର କଇଁଛ l ଏହି କଇଁଛ ମାନଙ୍କୁ ପ୍ରତ୍ୱେକଟି ବ୍ୟକ୍ତି ହାତରେ ଧରିବାକୁ ଚାହୁଁଛନ୍ତି l ଏହି ଭିଡ଼ିଓଟିକୁ ଦେଖି ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ଗୋଟିଏ ଟ୍ୱିଟ ସେୟାର କରିଛନ୍ତି ,ସେଥିରେ ସେ ଲେଖିଛନ୍ତି ଯାହା ଚମକି ଥାଏ ତାହା ସୁନା ଅଟେ l ଏହି ଛୋଟ ଛୋଟ କଇଁଛ ଆକୃତିର ଯିବ ଗୁଡିକ ଦକ୍ଷିଣ ପୂର୍ବ ଏସିଆରେ ମିଳିଥାଏ l ସେ ଭିଡିଓଟିକୁ ନେଇ ଏତିକି ଲେଖିବା ପରେ ଭିଡ଼ିଓଟି ଭାଇରାଲ ହୋଇ ଯାଇଥିଲା l

ଭିଡ଼ିଓଟିରେ ଦେଖା ଯାଇଥିଲା ଜଣେ ବ୍ୟକ୍ତି ଛୋଟ ଛୋଟ ତିନୋଟି ସୁନେଲି ରଙ୍ଗର ଯିବକୁ ହାତ ପାପୁଲି ଉପରେ ରଖିଥିଲେ ଓ କହୁଥିଲେ ହେଇ ଦେଖ ସୁନେଲି ରଙ୍ଗର ବିଟଲ ଯାହା ନିଜ ଡେଣା ସାହାଯ୍ୟରେ ଉଡି ପାରିବେ l ଏହି ଜୀବ ମାନଙ୍କର ଲମ୍ବା ହେଲା ୫ ରୁ ୭ ମିଲି ଅଟେ l ଏମାନଙ୍କ ଶରୀରରେ ଆଂଶିକ କଳା ରଙ୍ଗ ରହିଛି ଏହି ଯିବ ମାନଙ୍କର ରଙ୍ଗ ଏମାନଙ୍କ ବିକାଶ ହେବ ସହିତ ପରିବର୍ତ୍ତନ ହୋଇଥାଏ ଓ ମଣିଷର ଛୁଇଁବା ପରେ ଏମାନେ ତୁରନ୍ତ ରଙ୍ଗ ବଦଳାଇ ଥାନ୍ତି l

Leave A Reply