ନୂଆଦିଲ୍ଲୀ : କୁହାଯାଏ ଯେ ପ୍ରେମ ଅନ୍ଧ ହୋଇଥାଏ ,ଏହି କଥାକୁ ସତ୍ୟ ପରି ଦେଖାଇ ଛନ୍ତି ଜଣେ ମହିଳା l ପ୍ରେମରେ ପଡିଲେ ସମ୍ପର୍କ ମଧ୍ୟ ସେଠାରେ ଫିକା ପଡିଯାଇଥାଏ l ଏପରି ମଧ୍ୟ ରହିଛି ପ୍ରେମରେ ପଡି ମଣିଷ ନିଜର ରକ୍ତ ସମ୍ପର୍କକୁ ମଧ୍ୟ ଭୁଲିଯାଏ l କିଛି ଏହିପରି ମାମଲା ବିହାରରୁ ଆସିଛି ,ଦୁଇଟି ଛୁଆଙ୍କ ମାକୁ ଜଣେ ଯୁବକଙ୍କ ସହିତ ପ୍ରେମ ହୋଇଗଲା l ତାପରେ ସେ କିଛି ଏପରି ପଦକ୍ଷପ ଗ୍ରହଣ କଲେ ଯାହା ଭାଗଲ ପୁରରେ ଚର୍ଚାର ବିଓସଯ ହୋଇଛି l ମହିଳାଙ୍କର ଯେଉଁ ଯୁବକ ସହିତ ପ୍ରେମ ସମ୍ପର୍କ ଗଢି ଉଠିଲା ସେ ତାଙ୍କର ସମ୍ପର୍କୀୟାରେ ଦିଅର ଅଟନ୍ତି l
ପ୍ରାୟ ପ୍ରତେକ ଦିନ ଯୁବକ ଜଣଙ୍କ ଉକ୍ତ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ ଓ ଉଭୟଙ୍କର ପ୍ରେମ ସମ୍ପର୍କ ଗଢି ଉଠିଲା l ଦୁଇ ଜଣଙ୍କ ପ୍ରେମ ବିଷୟରେ ଯେତେବେଳେ ଘର ଲୋକଙ୍କୁ ଜଣା ପଡିଲା ସେତେବେଳେ ସେମାନେ ଏହାକୁ ପ୍ରତିବାଦ କଲେ ଓ ଏହାପରେ ଯୁବକଙ୍କର ମହିଳାଙ୍କ ଘରକୁ ଯିବା ବନ୍ଦ ହୋଇଗଲା l ନିଜ ପ୍ରେମରୁ ଅଲଗା ହେବା କାରଣରୁ ମହିଳା ଜଣଙ୍କ ତାଙ୍କ ଦିଅରଙ୍କ ସହିତ ମିଶି ଘର ଛାଡି ଯିବା ପାଇଁ ସ୍ଥିର କଲେ l ଏହା ପରେ ଦୁଇଟି ଛୁଆଙ୍କୁ ସାଙ୍ଗରେ ଧରି ଦିଅର ସହିତ ପଳାଇ ଗଲେ l
ଏହା ପରେ ତାଙ୍କ ପରିବାର ସଦସ୍ୟ ଥାନାରେ ଏତଲା ଦେଇ ଖୋଜ ଖୋଜି ଆରମ୍ଭ କଲେ l ୪ ଦିନ ପରେ ଅଚାନକ ନିଜ ପ୍ରେମିକ ସହିତ ଘରକୁ ମହିଳା ଜଣଙ୍କ ଫେରିଲେ ଏବଂ ଇଛା ପ୍ରକାଶ କଲେ କି ସେ ନିଜ ଦିଅରଙ୍କ ସହିତ ରହିବେ l ତାଙ୍କ ଜିଦି ଆଗରେ ପରିବାର ସଦସ୍ୟ ବର୍ତ୍ତମାନ ପୋଲିସର ସହାୟତା ନେଇଛନ୍ତି ଓ ଛୁଆ ଦୁଇଟିଙ୍କୁ ତାଙ୍କ ନିକଟରୁ ଅଲଗା କରି ଦେଇଛନ୍ତି l ଏହା ପରେ ପୋଲିସ ମହିଳା କାଉନ୍ସେଲରଙ୍କର ସହାୟତା ନେଇ ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରୁଛି l