କଟକ-ବାରଙ୍ଗ ରେଳ ସେକ୍ସନ ମଧ୍ୟସ୍ଥ ଗୋପାଳପୁର-ବାଲିକୁଦା ନିକଟସ୍ଥ ଲେଭଲ୍ କ୍ରସିଂ ଗେଟ୍ ମରାମତି କରିବାକୁ ପୂର୍ବ ତଟ ରେଳପଥ ନିଷ୍ପତ୍ତି ନେଇ ଚଳିତ ମାସ ୮ ରୁ ୧୩ ତାରିଖ ମଧ୍ୟରେ ରାତ୍ର ୧୦ ଘଟିକାଠାରୁ ଭୋର ୬ ଘଟିକା ମଧ୍ୟରେ ଆବଶ୍ୟକ ମରାମତି କାର୍ଯ୍ୟ କରିବାକୁ ସ୍ଥିର କରିଛି |
ଏହାକୁ ଦୃଷ୍ଟିରେ ରଖି ସଡକ ବ୍ୟବହାରକାରୀ ମାନେ ଲେବେଲ କ୍ରସିଂ ପରିବର୍ତ୍ତେ ନିକଟସ୍ଥ ଉପାମାର୍ଗ ଦେଇ ଯାତାୟାତ କରିପାରିବେ I ଛୋଟ ଯାନ ସଡକ ବ୍ୟବହାରକାରୀ ମାନେ ନିକଟସ୍ଥ ଉପାମାର୍ଗ ଦେଇ ଏବଂ ବଡ ଯାନ ଗୁଡିକ ନିକଟସ୍ଥ ସୁବିଧା ଅନୁଯାୟୀ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବାକୁ ରେଳବାଇ ପକ୍ଷରୁ ନିବେଦନ କରାଯାଇଅଛି