Odisha news

ରାୟଗଡା ବ୍ଲକର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

0

ରାୟଗଡା,୨୬ ।୨(ରବୀନ୍ଦ୍ର ପାଟଖଣ୍ଡଳ)- ରାୟଗଡା ଜିଲ୍ଲା ସଦର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । କୁଲି ଗ୍ରାମ ପଂଚାୟତ ଗସ୍ତ କରି ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମନ୍ତ୍ରଝୋଲା ପୋଖରୀ ପୁନଃରୁଦ୍ଧାର କେନାଲ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ନିର୍ମାଣଧୀନ ମିଶନ ଶକ୍ତି ଗୃହ ଓ ମାର୍କେଟ କଂପ୍ଲେକ୍ସ ଗୃହ ଅନୁଧ୍ୟାନ କରି ତାହା ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହା ପରେ କୁଲି ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ଉପସ୍ଥିତ ଥିବା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ସହିତ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା କରିବା ସହ ନିଷ୍ଠାର ସହ ପାଠ ପଢିବା ପାଇଁ ଉତ୍ସାହିତ କରିଥିଲେ ।

କୁଲି ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ସେଠାରେ ଶିକ୍ଷାଦାନ, ସ୍ୱାସ୍ଥ୍ୟକର ଖାଦ୍ୟ ଦେବା ଓ ପୋଷାକ ସଫାସୁତୁରା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ଗ୍ରାମୀଣ ଲାଇବ୍ରେରୀ ନିମନ୍ତେ ନିର୍ମାଣଧୀନ କୋଠା ଓ ଫିଟନେଓ କେନ୍ଦ୍ରକୁ ତଦାରଖ କରିବା ସହ ଲାଇବ୍ରେରୀରେ ବିଭିନ୍ନ ପୁସ୍ତକ ମହଜୁଦ ରଖିବାକୁ ପରାମର୍ଶ ଦେବା ସହ ଆମ ଗାଁ ଆମ ବିକାଶ କଲ୍ୟାଣ ମଣ୍ଡପ ପରିଦର୍ଶନ କରିଥିଲେ । ଏହାପରେ ଜିଲ୍ଲାପାଳ ଶ୍ରୀମିଶ୍ର ଉତକାପାଡୁ ଗ୍ରାମ ଗସ୍ତ କରି ସେଠାରେ ବସୁବା ଯୋଜନାରେ ପାଇପ ଜଳଯୋଗାଣ ପ୍ରକଳ୍ପ ବୁଲି ଦେଖିଥିଲେ ।

ବଳ ଆଳୁବାଡି ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ଆଗାମୀ ପରୀକ୍ଷା ପାଇଁ ସେମାନଙ୍କ ପ୍ରସ୍ତୁତି ସମ୍ବନ୍ଧରେ ପଚାରି ବୁଝିଥିଲେ । ବଡ ଆଳୁବାଡି ଗ୍ରାମ ପଂଚାୟତ ପରିଦର୍ଶନରେ ଯାଇ ସେଠାରେ ପରିଚାଳିତ ଡାକ ଘର ଅଫିସ, ମିଶନ ଶକ୍ତି ଗୃହ, ବୃହତ ପାଣି ଟାଙ୍କି ପରିଦର୍ଶନ କରି ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନରେ ମଧ୍ୟ ଯାଇଥିଲେ । ପିପଲଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଜଙ୍ଗଲୀ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଯୁବକ ମାନଙ୍କ ସହ ଆଲୋଚନା କରି ଯୁବକ ମାନଙ୍କୁ ଦିନଦୟାଲ ଉପାଧ୍ୟାୟ କୌଶଳ ବିକାଶ ଯୋଜନାରେ ତାଲିମ ନେବାକୁ ପରାମର୍ଶ ଦେଇଥିଲେ । ଗ୍ରୀଷ୍ମ ଋତୁ ଆସୁଥିବାରୁ ଗ୍ରାମ ଗୁଡିକରେ ଯେପରି ପାନୀୟ ଜଳର ସମସ୍ୟା ନ ରହେ ସେଥିପ୍ରତି ଧ୍ୟାନ ଦେବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାର ରାଜେନ୍ଦ୍ର ମାଝିଙ୍କୁ ନିର୍ଦେଶ ଦେଇଥିଲେ ।

Leave A Reply