Odisha news

ଆମେରିକାରେ ପ୍ରାୟ ଦେଢ଼ କୋଟି ଲୋକଙ୍କ ଘରେ ପାଣି ପହଞ୍ଚି ପାରୁ ନାହିଁ : ବରଫକୁ ଗରମ କରି ପିଉଛନ୍ତି ପାଣି

0

ନୂଆଦିଲ୍ଲୀ : ଆମେରିକାରେ ଟେକ୍ସସାସ ରେ ପାଖାପାଖି ୧.୪ କୋଟି ଲୋକଙ୍କୁ ପାଣିର ସଙ୍କଟର ସମୁଖିନ୍ନ ହେବାକୁ ପଡୁଛି l ରାଜ୍ୟରେ ଆସିଥିବା ବରଫ ଝଡ ଯୋଗୁଁ ବିଜୁଳି ମଧ୍ୟ ନାହିଁ l ଫେବୃଆରୀ ମାସ ୧୦ ଓ ୧୧ ତାରିଖରେ ଆସିଥିବା ତୋଫାନ କାରଣରୁ ସମ୍ପୂର୍ଣ ରାଜ୍ୟରେ ବିଜୁଳି ଚାଲି ଯାଇଛି ,ଲୋକମାନେ ଏଠାରେ ଅନ୍ଧାରରେ ରହିବ ସହିତ ପାନୀୟ ଜଳର ଅସୁବିଧାକୁ ସମୁଖିନ୍ନ କରୁଛନ୍ତି ,କାରଣ ଏଠାରେ ଅଧିକ ଥଣ୍ଡା କାରଣରୁ ପାଇପ ଫାଟିଯାଇଛି l

ମିଳିଥିବା ସୂଚନା ଅନୁସାରେ ପାଣିର ସପ୍ଲାଏ ହୋଇ ନପାରିବା କାରଣରୁ ଲୋକମାନେ ବରଫକୁ ଏକତ୍ରିତ କରି ତାହାକୁ ଗରମ କରି ପାନୀୟ ଜଳ ଭାବରେ ବ୍ୟବହାର କରୁଛନ୍ତି l କିଛି ଲୋକ ମିନେରାଲ ବଟଲ ପାଣି ଉପରେ ନିର୍ଭର କରୁଛନ୍ତି l ହ୍ୟୁଟସନ ଷ୍ଟାଡିୟମ ବାହାରେ ଲୋକମାନେ ଲାଇନରେ ଠିଆ ହୋଇ ପାଣି ବୋତଲ ପାଇଁ ଅପେକ୍ଷା କରୁଛନ୍ତି l ଆମେରିକାରେ ଟେକ୍ସସାସ  ସହରର ଜନସଂଖ୍ୟା ପାଖାପାଖି ୨.୯ କୋଟି ଅଟେ ଓ ସେଠାରେ ପ୍ରାୟ ଅଧା ଲୋକ ପାଣି ସଙ୍କଟ ଦେଇ ଅତିକ୍ରମ କରୁଛନ୍ତି l

ରାଜ୍ୟର ମୁଖ୍ୟ ଅଂଶରେ ପ୍ରାୟ ୫ଦିନ ବିଜୁଳି ବନ୍ଦ ରହିବାପରେ ସମସ୍ତ ପାୱାର ପ୍ଲାଣ୍ଟ କାର୍ଯ୍ୟ କରିଥିଲା l କିନ୍ତୁ ପାଖାପାଖି ୨ଲକ୍ଷ ଘରେ ବର୍ତମାନ ସୁଦ୍ଧା ବିଜୁଳି ପହଂଚି ପାରିନାହିଁ l ଗବେଷକ ମାନେ ମତ ଦେଇଛନ୍ତି ଯେ ଯେଉଁ ଲୋକମାନେ ବରଫ ତରଳେଇ ପାଣି ପିଉଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ l ଏହି ବରଫ ଝଡ ଯୋଗୁଁ ସେଠାରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଛି l

Leave A Reply