ଆମେ ସମସ୍ତେ ପ୍ରାୟ ସମସ୍ତ ପନିପରିବା ଓ ଫଳ ମୂଳ ନିଜ ଖାଦ୍ୟରେ ସେବନ କରିଥାଉ l ଆମକୁ ମଧ୍ୟ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି ଯେ ସବୁଜ ପନିପରିବା ପ୍ରତିଦିନ ଖାଇବା ପାଇଁ l କିନ୍ତୁ ଖୁବ କମ ଲୋକ ଜାଣିଥିବେ ହଳଦିଆ ରଙ୍ଗର ଫଳମୂଳ ଓ ପନିପରିବା କୁ ଖାଇବା ଦ୍ୱାରା ଶରୀର ଠାରୁ ନେଇ ତ୍ୱଚା ପର୍ଯ୍ୟନ୍ତ ଲାଭ ମିଳିବ l ଏହା ଆମର ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ସୁଧାରି ଦେବ l ଆଜି ଆସନ୍ତୁ ଜାଣିବା ହଳଦିଆ ଖାଦ୍ୟ ପଦାର୍ଥର ଆମ ଶରୀର ଉପରେ କି ସଫଳ ଲାଭ ମିଳିଥାଏ l
* ହଳଦିଆ ପନିପରିବା ଓ ଫଳମୂଳ ଖାଇବା ଦ୍ୱାରା ଶରୀରକୁ କେରୋଟିନଏଡ ଓ ବ୍ୟୋଫ୍ଲେବୋନାଏଡ଼ ରେ ପରିପୂର୍ଣ ହୋଇଥାଏ ,ଯାହା ଆଣ୍ଟି ଅକ୍ସିଡେଣ୍ଟ ଭାବରେ କାର୍ଯ୍ୟ କରିଥାଏ ଓ କ୍ୟାନ୍ସର ସହିତ ବିଭିନ୍ନ ଗମ୍ଭୀର ରୋଗକୁ ଆପଣଙ୍କ ଠାରୁ ଦୁରେଇ ରଖିଥାଏ l
* କଦଳୀ ଭଳି ହଳଦିଆ ଫଳ ପୋଟାସିୟମ ରେ ଭରପୁର ଅଟେ ,ଯାହା ଗୋଟିଏ ସୁସ୍ଥ ଆହାର ଭାବରେ ପୋଷାକ ତତ୍ୱ ଯୁକ୍ତ ଅଟେ l ପେଟର ସମସ୍ତ ରୋଗ ପାଇଁ ପାଚିଲା କଦଳୀ ହିତକର ହୋଇଥାଏ l
* ଲେମ୍ବୁ ଭଳି ହଳଦିଆ ଫଳ ଭିଟାମିନ ସି ରେ ଭରପୁର ଅଟେ ,ଯାହା ଏକମାତ୍ର ଏପରି ଭିଟାମିନ ଯାହାକୁ ଶରୀର ଠିକ ଭାବରେ ଉତ୍ପାଦନ କରି ନଥାଏ l ସେଥିପାଇଁ ଭିଟାମିନ ସି ର ଆବଶ୍ୟକତାକୁ ଲେମ୍ବୁ ଯୋଗାଇ କରିଥାଏ l
* ହଳଦିଆ ଖାଦ୍ୟ ପଦାର୍ଥ ଆପଣଙ୍କ ମାନସିକ ଓ ଶାରୀରିକ ଅବସ୍ଥାକୁ ତୁରନ୍ତ ସୁଧାରି ଦେଇଥାଏ l ଏହି ଗୁଡିକ ଶରୀର ସହିତ ତ୍ୱଚା ,କେଶ ,ହାଡ଼ ,ଦାନ୍ତ ଇତ୍ୟାଦିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l
* ଆପଣ ପ୍ରତେକ ଦିନ ଚେଷ୍ଟା କରନ୍ତୁ ନିଜ ଖାଦ୍ୟରେ ଗୋଟିଏ ଭାଗ ହଳଦିଆ ପନିପରିବା ଓ ଫଳମୂଳର ରଖିବେ l ଯେପରିକି କଦଳୀ ,ନାସପାତି ,ହଳଦିଆ ବେଲ ପେପର ,ଲେମ୍ବୁ ,ଆମ୍ବ ଇତ୍ୟାଦି l
Comments are closed.