Odisha news

ସମାଜସେବୀ କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ୧୧ତମ ଶ୍ରାଦ୍ଧ ଦିବସ ପାଳିତ

ରାୟଗଡା :  ରାୟଗଡ଼ା ଜିଲ୍ଲା ଗଠନର ଜନନାୟକ ତଥା ସମାଜସେବୀ ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ବକ୍ସିପାତ୍ରଙ୍କ ୧୧ ତମ ଶ୍ରାଦ୍ଧ ଦିବସ ପାଳିନ ହୋଇଯାଇଛି । ରାୟଗଡା ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ଉକ୍ରଳ ସମ୍ମିଳନୀର ପଟ୍ଟପୁରୋଧା ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୁର୍ତି ନିକଟରେ ପୁଷ୍ପମାଲ୍ୟ ପ୍ରଦାନ କରି ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜ୍ଞାପନ କରାଯାଇଥିଲା । କୃଷ୍ଣ ଚନ୍ଦ୍ର ବକ୍ସିପାତ୍ର ସ୍କୃତି କମିଟିର ଅଧ୍ୟକ୍ଷ ଜୟରାମ ଜେନାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥବା ବେଳେ ରାଜ୍ୟ ଯୋଜନା ବର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ମୁଖ୍ୟ ଅତିଥି , ଅନୁସୁଚିତ ଜାତ ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ସମ୍ମାନୀତ ଅତିଥି ଏବଂ ବିଧାୟକ ମକରନ୍ଦ ମୁଦୁଲି , ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଭାବରେ ଉପସ୍ଥିତ ହୋଇ ସ୍ୱର୍ଗତ କୃର୍ଷ୍ଣଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଜଂଳୀ ଜ୍ଞାପନ କରିଥିଲେ । ଏହି ନୂତନ ରାୟଗଡା ସହର ଗଠନରେ ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ବକ୍ସିପାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ଦାସବର୍ମା କହିଥିଲେ । ଏହି କାର୍ଯ୍ୟକ୍ରମରେ ଶିଳ୍ପ ଅଧିକାରୀ ସବ୍ୟସାଚୀ ସାହୁ, ବରିଷ୍ଠ ନାଗରିକ ଗୋପି ସାହୁ, ସୁଶାନ୍ତ ନାୟକ, ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ବକ୍ସିପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ନିରଂଜନ ପ୍ରସାଦ ବକ୍ସିପାତ୍ର, ପୁତୁରା ଗୋପ ରଂଜନ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Comments are closed.