ଆନନ୍ଦପୁର,୬/୨ :କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଅଳତି ସ୍ପୋର୍ଟସ କ୍ଲବ ଆନୁକୁଲ୍ଯରେ ଚାଲିଥିବା ୨୭ ତମ ଟି ଟୋଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ସେମିଫାଇନାଲ ମ୍ୟାଚ ହୋଇଛି ।ଓଡିଶା ଏକାଦଶ ଭୁବନେଶ୍ୱର କୁ ହରାଇ ୟଙ୍ଗଷ୍ଟାର କଟକ ବିଜୟୀ ଓ ରାମେଶ୍ୱର ସ୍ପୋଟିଂ ଭୁବନେଶ୍ୱର କୁ ହରାଇ ୟୂ ଆଣ୍ଡ ମି ବାଲେଶ୍ଵର ବିଜୟୀ ହୋଇଥିଲେ। ପ୍ରଥମ ସେମିଫାଇନାଲରେ ୟୂ ଆଣ୍ଡ ମି ବାଲେଶ୍ଵର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ ରେ ୧୬୫ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବ ରେ ରାମେଶ୍ବରସ୍ପୋଟିଂ ଭୁବନେଶ୍ୱର ୧୨୩ ରନ୍ ରେ ଅଲ୍ ଆଉଟ୍ ହୋଇ ପରାଜିତ ହୋଇଥିଲେ। ଦ୍ଵିତୀୟ ସେମିଫାଇନାଲରେ ଓଡିଶା ଏକାଦଶ ଭୁବନେଶ୍ୱର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ରେ ୫ ୱିକେଟ ହରାଇ ୧୮୮ ରନ୍ ସଂଗ୍ରହ କରିଥିବା ବେଳେ ୟଙ୍ଗଷ୍ଟାର କଟକ ଶେଷ ଓଭର ରେ ୧୮୯ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ଆଜିର ସେମିଫାଇନାଲ ମ୍ଯାଚରେ ଅତିଥି ଭାବେ ଘସିପୁରା ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତ ,ଏ.ଜି.ଏମ. ମେଗା ପ୍ରୋଜେକ୍ଟ ର ଟି. ମୋରଗାନ୍ , ସ୍ସୋର୍ଟସ କ୍ଲବ ସଭାପତି ପ୍ରଭାତକୁମାର ବରାଳ ଉପସ୍ଥିତ ରହି ପ୍ରଥମ ସେମିଫାଇନାଲରେ ମ୍ୟାନ ଅଫ୍ ଦି ମ୍ୟାଚ ବାଲେଶ୍ଵର ର ବିଶାଲ ଦାସ ୧୯ ବଲ୍ ରେ ୫୦ ରନ୍ ଦ୍ଵିତୀୟ ସେମିଫାଇନାଲରେ ମ୍ୟାନ ଅଫ୍ ଦି ମ୍ୟାଚ କଟକ ର ପ୍ରିୟାଂଶୁ ଯାଦବ ୩୪ ବଲରେ ୯୦ ରନ୍ କରି ଦଳକୁ ବିଜୟୀ କରାଇଥିବାରୁ ପୁରସ୍କୃତ ହୋଇଥିଲେ ।ଆଜିର ମ୍ଯାଚରେ ପିଚ କ୍ଯୁରେଟର ଭାବେ ରଶ୍ମୀରଂଜନ ମହାରଣା,ପ୍ରଭାତ ସାମଲ ଏବଂ ଅମ୍ପାୟାର ଭାବେ ଓସିଏ ପ୍ଯାନେଲ ଅମ୍ପାୟାର ପ୍ରାଣନାଥ ଜେନା ,ବିଜୟ ଜେନା, ସ୍କୋରର ପ୍ରିୟବ୍ରତ ମହାରଣା ,ଦିପକ ଭୂୟାଁ,ଧାରାବିବରଣୀରେ ତପନ ଖିଲାର,ତପନକୁମାର ନାୟକ ଦାୟିତ୍ବ ନିର୍ବାହ କରିଥିଲେ ।ମ୍ଯାଚ ଆୟୋଜନରେ ଜିତେନ୍ଦ୍ର ଓଝା,ପ୍ରଶନ୍ନକୁମାର ନାୟକ,ରାକେଶ ଭୂୟାଁ,ଆକାଶ ଦାସ,ଅନିଲ ସ୍ବାଇଁ, ମୋତିଲାଲ୍ ସେଠୀ,ସୀପକ ଦାସ,ସୁଦର୍ଶନ ସ୍ବାଇଁ,ପ୍ରକାଶ ଦାସ,ପ୍ରଶାନ୍ତ ବରାଳ,ହରିଶଙ୍କର ଦାସ ସମେତ କ୍ଲବର ସମସ୍ତ ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ ।
Comments are closed.