ଅନନ୍ୟା ନାମ୍ନୀ ଜଣେ ଛାତ୍ରୀଙ୍କ ପାଇଁ ରାଜଧାନୀ ଏକ୍ସପ୍ରେସ୍ ୫୩୫ କିମି ଯାତ୍ରା କରିଛି । ଉଲ୍ଲେଖନୀୟ ବିଷୟ ହେଉଛି ଏହି ଟ୍ରେନ୍ରେ ଅନନ୍ୟାହିଁ ଥିଲେ ଏକମାତ୍ର ଯାତ୍ରୀ । ଟାନା ଭଗତ ସମୁଦାୟର ଆନ୍ଦୋଳନ ଯୋଗୁ ଡାଲଟନଗଞ୍ଜ ରେଲେୱ ଷ୍ଟେଶନରେ ଫସିଥିବା ରାଜଧାନୀ ଏକ୍ସପ୍ରେସ୍ରେ ଯାତ୍ରା କରିବା ପାଇଁ ଅନନ୍ୟା ଜିଦ୍ ଧରିଲେ । ତାଙ୍କ ଜିଦ୍ ଆଗରେ ରେଲେୱ ଅଧିକାରୀଙ୍କୁ ହାର୍ ମାନିବାକୁ ପଡ଼ିଲା । ଡାଲଟନଗଞ୍ଜରୁ ରାଞ୍ଚି ପର୍ଯ୍ୟନ୍ତ ୫୩୫ କିମି ଯାତ୍ରା କଲା ରାଜଧାନୀ ଏକ୍ସପ୍ରେସ୍ । ଡାଲଟନଗଞ୍ଜ ରେଲେୱ ଷ୍ଟେଶନ୍ ମାଷ୍ଟର୍ ଅନୀଲ କୁମାର ତିୱାରି କହିଛନ୍ତି ଅନନ୍ୟା ମୁଗଲସରାୟରୁ ରାଞ୍ଚି ପର୍ଯ୍ୟନ୍ତ ନୂଆଦିଲ୍ଲୀ-ରାଞ୍ଚି ସ୍ପେଶାଲ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିଥିଲେ । ଡାଲଟନଗଞ୍ଜରୁ ରାଞ୍ଚି ୩୦୮ କିମି । କିନ୍ତୁ ଟ୍ରେନ୍କୁ ଗୟାରୁ ଗୋମୋ ଓ ବୋକାରୋ ହୋଇ ରାଞ୍ଚି ଆସିବାକୁ ପଡ଼ିଲା । ଅନନ୍ୟାଙ୍କ ସୁରକ୍ଷା ପାଇଁ ଆର୍ପିଏଫ୍ର ଅନେକ ମହିଳା ସିପାହୀଙ୍କୁ ମୁତୟନ କରାଯାଇଥିଲା । ଅନନ୍ୟାଙ୍କ ଘର ରାଞ୍ଚିରେ । ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଏଲ୍ଏଲ୍ବି ଛାତ୍ରୀ ।