ଗରଦପୁର : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ର ଗରଦପୁର ବ୍ଲକର ଗରଦପୁର ପଞ୍ଚାୟତ ରେ ଭିଜିଲାନ୍ସ ଆଜି ଖୋଲତାଡ କରିଛି । ଭିଜିଲାନ୍ସ ର ଡିଏସପି ସୁରେନ୍ଦ୍ର କୁମାର ରଏଗୁରୁ ଙ୍କ ନେତୃତ୍ୱରେ ଏକ ଟିମ ଅଭିଯୋଗ ହେଇଥିବା ରାସ୍ତା ସମେତ ଅନ୍ୟ କାର୍ଯ୍ୟକୁ ଆଜି ସରଜମିନ ତଦନ୍ତ କରିଛନ୍ତି ।ଉକ୍ତ ପଞ୍ଚାୟତର ପୁର୍ବତ୍ତନ ସରପଞ୍ଚଙ୍କ ସମୟରେ ବ୍ୟାପକ ଅନିୟମିତତା ଓ ଦୃନୀତି ହେଇଥିବା ନେଇ ଉକ୍ତପଞ୍ଚାୟତର ସୂଚନା ଅଧିକାରୀ କର୍ମି ପବିତ୍ର ପାଣି ସୁଚନା ଅଧିକାର ଆଇନ ବଳରେ ସମସ୍ତ ତଥ୍ୟ ସୂଚନା ମାଗିଲାପରେ ଦୃନୀତିହେଇଥିବା ନେଇ ଜିଲ୍ଲାପାଳ ଓ ବିଡିଓ ଙ୍କ ନିକଟରେ ଅଭିଯୋଗ ହେଇଥିଲା ।
ହେଲେ ଏହି ଅଭିଯୋଗକୁ କେହି କଣ୍ଣପାତ କରିନଥିଲେ । ପରେ ପବିତ୍ର ବାଧ୍ୟ ହେଇ ଲୋକାୟୁତ ଙ୍କ ଦ୍ୱାରସ୍ଥ ହେଇଥିଲେ । ଲୋକାୟୁତ ଏହିମାମଲାରେ ଗୁରୁତ୍ୱର ସହ ଗ୍ରହଣ କରି ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦଶ ଦେଇଥିଲେ । ଏହି ନିର୍ଦ୍ଦଶପାଇଁ ଭିଜିଲାନ୍ସ ପୁର୍ବରୁ ଆସି ଅଭିଯୋଗ ହେଇଥିବା ସମସ୍ତ କାର୍ଯ୍ୟର ଫାଇଲ ଯାଞ୍ଚ କରିବାପରେ ଆଜି ସରଜମିନ ତଦନ୍ତ ଆରମ୍ବ କରିଛି । ଏହି ତଦନ୍ତ ସମୟରେ ବିଭିନ୍ନ ରାସ୍ତାର ଲମ୍ବ , ପ୍ରସ୍ଥ ଓ ଉଚ୍ଚତା କୁ ମାପଚୁପ କରିବା ସହ ରାସ୍ତାକୁ ଖୋଳି ରାସ୍ତାର ମାନ ଯାଞ୍ଜ କରିଛନ୍ତି । ଏହି ଯାଞ୍ଚ ସମୟରେ ଗରଦପୁର ପୋଷ୍ଟ ।ଫିସପାଖ ରାସ୍ତା ସହ ମେଳକ , ଓସିଆ ର ଦାସ ସାହି , ଓ ପତିସାହି ରାସ୍ତାକୁ ମାପଚୁପ କରିବା ସହ ରାସ୍ତାକୁ ଖୋଳି ମାନ ଯାଞ୍ଚ କରିଛି ।
ଏହି ସବୁ ରାସ୍ତାକୁ ଗ୍ରାମ୍ୟଉନ୍ନୟନ ବିଭାଗର ସହକାରୀଯନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବା ବେଳେ ପୁର୍ବତ୍ତନ ସହକାରୀଯନ୍ତ୍ରୀ ସୁଧୀର କୁମାର ବେହେରା , ପୁର୍ବତ୍ତନ କନିଷ୍ଠଯନ୍ତ୍ରୀ ରବିନାରାୟଣ ସ୍ୱାଇଁ ଙ୍କ ଉପସ୍ଥିତିରେ ମାପଚୁପ ସହ ମାନ ଯାଞ୍ଚ କରାଯାଇଛି । ଏହି ଯାଞ୍ଚ ସମୟରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଣି ଙ୍କ ସମେତ ପୁର୍ବତ୍ତନ ସରପଞ୍ଚ ଓ ବର୍ତ୍ତମାନରସରପଞ୍ଚ ଙ୍କ ସମେତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ତେବେ ଏହି ଯାଞ୍ଚ ସମୟରେ ଭିଜିଲାନ୍ସ ଅଧିକାରୀମାନେ ଅନିୟମିତତାର ଗନ୍ଧ ବାରିଥିବାର ଅନୁମାନ କରାଯାଉଛି । ତେବେ ଅଭିଯୋଗ ହେଇଥିବା କାର୍ଯ୍ୟକୁ ଭିଜିଲାନ୍ସ ସଠିକ ଭାବେ ତଦନ୍ତ କରି ଅନିୟମିତତାକୁ ଲୋକଲୋଚନକୁ ଆଣୁଛି କି ବାଟବଣା ହେଇ ତଦନ୍ତ ନାଲି ଫାଇଲତଳେ ଚାପିହେଇ ରହିଯାଉଛି ତାହଦେଖିବାକୁ ବାକିରହିଲା ।