Odisha news

ବୈତରଣୀ ନଦୀରେ ବନ୍ୟା, ବିପଦ ସଂକେତର ବହୁ ଉଦ୍ଧ୍ୱର୍ରେ ବନ୍ୟାଜଳ ଦୁର୍ବଳ ଗେଙ୍ଗୁଟି ନଦୀ ବନ୍ଧରେ ଘାଇ ସମ୍ଭାବନା

0

ଧାମନଗର : ବୈତରଣୀ ନଦୀର ଉପର ମୁଣ୍ଡରେ ଲଘୁ·ପ ଜନିତ ପ୍ରବଳ ବର୍ଷାହେତୁ ବୈତରଣୀ ଓ ତାର ଶାଖା କୋଚିଳା ଓ ଗେଙ୍ଗୁଟିରେ ବଡ଼ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବୈତରଣୀ ନଦୀର ଉପର ମୁଣ୍ଡରେ ଅବିଶା୍ରନ୍ତ ପ୍ରବଳ ବର୍ଷା ହେବା ଫଳରେ ଆଖୁଆପଦା ଠାରେ ବନ୍ୟାଜଳ ବିପଦ ସଂକେତର ବହୁ ଉଦ୍ଧ୍ୱର୍ରେ ପ୍ରବାହିତ ହେଉଛି । ବୈତରଣୀ ନଦୀର ଉପର ମୁଣ୍ଡ ଆଖୁଆପଦା ଠାରେ ୮୧.୦୬ ମିଲି ମିଟର ବର୍ଷା ହୋଇଥିବା ବେଳେ ଆନନ୍ଦପୁର ଠାରେ ୧୦୮.୦୮, ସୋମପାଟଣା ଠାରେ ୧୭୬.୦୪, କେନ୍ଦୁଝର ଠାରେ ୧୫୮.୦୪, ଠାକୁରମୁଣ୍ଡା ଠାରେ ୧୬୦.୦ ଏବଂ ଚମ୍ପୁଆ ଠାରେ ସର୍ବାଧିକ ୨୦୧.୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି ।

ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ବୁଧବାର ସକାଳ ୧୦ଟା ୪୦ ମିନିଟ୍ରେ ବନ୍ୟାଜଳ ଏହାକୁ ଅତିକ୍ରମ କରି ସନ୍ଧ୍ୟା ୭ଟା ସୁଦ୍ଧା ବନ୍ୟାଜଳ ୧୮. ୮୧ ମିଟରରେ ପ୍ରବାହିତ ହେଉଛି । ବନ୍ୟାଜଳ ଦ୍ରୁତ ଗତିରେ ବଢ଼ୁଥିବାରୁ ଆଖୁଆପଦା ଠାରେ ଏହା ୧୯.୫୦ ମିଟର ଅତିକ୍ରମ କରିବ ବୋଲି ଜଣାଯାଇଛି ।

ବୈତରଣୀ ନଦୀର ମଲ୍ଲିମାହାର ଓ ଗୈାରାଙ୍ଗପୁର ଏସକେପ୍ରୁ ବନ୍ୟାଜଳ ବାହାରି ଧାମନଗର ବ୍ଲକର ସୋହଡ଼ା, ପଧାନି, କରଦା, ଖଡ଼ିପଦା, ଆନନ୍ଦପୁର, ଦୋବଲ, ଦଳାଙ୍ଗ, ଭଟ୍ଟସାହି ଆଦି ୧୫ରୁ ଊଦ୍ଧ୍ୱର୍ ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ କରିଛି । ଫଳରେ ପୂର୍ବରୁ ଲଘୁ·ପ ବର୍ଷାରେ ବୁଡ଼ିରହିଥିବା ହଜାର ହଜାର ଏକର ଧାନ·ଷ ଏହି ବନ୍ୟାରେ ନଷ୍ଟ ହେବା ଆଶଙ୍କା କରାଯାଉଛି । ସମ୍ଭାବ୍ୟ ବନ୍ୟାକୁ ଆଖିଆଗରେ ରଖି ବୈତରଣୀ, କୋଚିଳା ଓ ଗେଙ୍ଗୁଟି ନଦୀରେ ୧୦ଟି ଯନ୍ତ୍ର·ଳିତ ବୋଟ ଓ ୬ଟି ଦେଶୀ ଡଙ୍ଗାକୁ ଉଦ୍ଧାର କାର୍ଯ୍ୟରେ ଲଗାଇବା ପାଇଁ ସଜାଗ ରଖାଯାଇଛି । ଉଦ୍ଧାର ଓ ଥଇଥାନ ନିମନ୍ତେ ଏକ ଓଡ୍ରାଫ ଟିମ୍ ଧାମନଗର ଠାରେ ପହଞ୍ଚିଛନ୍ତି । ଭଦ୍ରକ ପିଡି ମଧୁସୂଦନ ଦାସ ଧାମନଗରରେ ପହଞ୍ଚି ସ୍ଥାନୀୟ ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ଅତିରିକ୍ତ ତହସିଲଦାର ଅଭିପ୍ସା ପଟ୍ଟନାୟକ ପ୍ରମୁଖଙ୍କ ସହ ବନ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବନ୍ୟା ପାଇଁ ସମସ୍ତ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି ବୋଲି ବିଡ଼ିଓ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି ।

ଧାମନଗର ଜଳ ସଂପଦ ବିଭାଗ ସହକାରୀ ଯନ୍ତ୍ରୀ ଓ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କରୋନା ସଂକ୍ରମଣ ହୋଇଥିବା ବେଳେ ମାତ୍ର ୨ଜଣ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା ବନ୍ୟା ମୁକାବିଲା କାର୍ଯ୍ୟରେ ଅବହେଳା ଦେଖାଦେଇଛି । ବୈତରଣୀର ଶାଖାନଦୀ ଗେଙ୍ଗୁଟି ବାମ ପାଶ୍ୱର୍ ପଥର ପ୍ୟାକିଂ ଗତ କିଛିଦିନ ତଳେ ଲଘୁ·ପ ବର୍ଷାରେ ଧସି ଥିବାବେଳେ ଏବେ ଦକ୍ଷିଣ ପାଶ୍ୱର୍ ବନ୍ଧ ରାମେଶ୍ୱରପୁର ମଳିକସାହି ଠାରେ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି ।

କେତକ ସ୍ଥାନରେ ବନ୍ଧ ନଦୀଗର୍ଭକୁ ଧସିଥିବାବେଳେ ବନ୍ୟା ସମୟରେ ଗେଙ୍ଗୁଟିର ଦୁର୍ବଳ ନଦୀ ବନ୍ଧର ଯେକୌଣସି ସ୍ଥାନରେ ଘାଇ ସୃଷ୍ଟି ହେବା ସମ୍ଭାବନା ରହିଛି । ଭଦ୍ରକ ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ଧାମନଗର ଏସଡ଼ିପିଓ ମନୋରଂଜନ ସାମଲ ଓ ଆଇଆଇସି ରତିକାନ୍ତ ଗିରିଙ୍କୁ ନେଇ ଧାମନଗର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ତେବେ ବୈତରଣୀ, ଗେଙ୍ଗୁଟି ଓ କୋଚିଳା ନଦୀର ବନ୍ୟାକୁ ନେଇ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Leave A Reply