ଭୁବନେଶ୍ୱର, ୨୬ ଅଗଷ୍ଟ – ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ ବସିବ । କେଉଁଠି ଓ କେମିତି ଅଧିବେଶନ ହେବ ସେନେଇ ପରେ ନିଷ୍ପତି ନିଆଯିବ ବୋଲି ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେହିପରି କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ । ଅଧିବେଶନ ସମୟରେ ସାମ୍ବାଦିକଙ୍କ ପ୍ରବେଶ ନେଇ ପରେ ନିଷ୍ପତି ନିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।