ଔପଦା : ଔପଦା ଥାନା ପାଇକପଡା ଗ୍ରାମର ଜନ୍ମେଜୟ ନନ୍ଦ (୪୨) ଖଇରା ଥାନା କୁପାରି ଅଞ୍ଚଳ ସିମିଳିଆ ଗ୍ରାମରେ ଥିବା ତାଙ୍କର ଅନ୍ୟଘରେ ରଶିଲଗାଇ ମୃତ୍ୟୁ ବରଣ କରିବା ଘଟଣା ହତ୍ୟା କି ଆତ୍ମ ହତ୍ୟା ସନେ୍ଦହ ଘେରରେ ଥିବା ଜଣାଯାଉଛି । ମୃତ ଶ୍ରୀ ନନ୍ଦ ପାଇକପଡା ଗ୍ରାମରୁ ଆସି ଦୀର୍ଘ ୧୫ ବର୍ଷ ଧରି ସେହି ସିମିଳିଆ ରେ ରହି ବ୍ୟବସାୟ କରିଆସୁଥିଲେ ।
ଆଜି ସକାଳେ ତାଙ୍କ ସ୍ତ୍ରୀ ଓ ଝିଅ ପାଇକପଡାରୁ ଯାଇ ସିମିଳିଆରେ ପହଞ୍ଚି ନିଜ ଘରେ ଜନ୍ମେଜୟ ବେକରେ ରଶି ଲଗାଇ ଝୁଲୁ ଥିବାର ଦେଖିଥିଲେ । ଏହି ଅବସ୍ଥାରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦୃଷ୍ଟି ହେବାସହ ମଳଦ୍ୱାର ଦେଇ ରକ୍ତସ୍ରାବ ହୋଇଥିବାର ଦେଖିବାକୁ ପାଇଥିଲେ । ଖଇରା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚô ଶବ ବ୍ୟବଛେଦ ପାଇଁ ପଠାଇବା ସହିତଏକ ଅପମୃତ୍ୟୁ ମାମଲା ରୁଜ କରିଥିବା ଜଣାଯାଇଛି । ଶବ ବ୍ୟବଛେଦ ପରେ ଶବ ନିଜ ଗାଁ ପାଇକପଡାକୁ ଫେରିଥିବା ବେଳେ ଗ୍ରାମରେଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।