ଡେରାବିଶ : ଡେରାବିଶ ବ୍ଲକ ଗୁଆଳସିଂହ ପଂଚାୟତ ଅଧୀନ ଅଁଳାବାଙ୍କ ଗ୍ରାମରେ ଚଳିତ ବର୍ଷ ୧୦ମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ କୃଷକ ବିକାଶ ପରିଷଦ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ଅଁଳାବାଙ୍କ ଗ୍ରାମର ମା’ ସମୁଲେଇଙ୍କ ପୀଠରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପରିଷଦର ଅଧ୍ୟକ୍ଷ ଓ ଆରଏମ୍ସିର ଭାଇସ୍ଚେୟାରମ୍ୟାନ୍ ବିଜୟ କୁମାର ପରିଡ଼ା ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ଜିଲ୍ଲା ସଭାପତି ବିମ୍ବାଧର ମୁଦୁଲି, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସେନା ଅଧୀକାରୀ ପୂର୍ଣ୍ଣଚନ୍ଦ୍ର କର ଯୋଗ ଦେଇଥିଲେ ।
ସମୟଥିଲା ଏହି ଗ୍ରାମରୁ ଦୁଇତିନି ବର୍ଷ ଅନ୍ତରରେ ଜଣେହେଲେ ଛାତ୍ରଛାତ୍ରୀ ମାଟି୍ରକ ପରୀକ୍ଷା ଦେବାର ସୌଭାଗ୍ୟ ଅର୍ଜନ କରିପାରୁନଥିଲେ । ହେଲେ ଚଳିତ ବର୍ଷ ଏହି ଗ୍ରାମରୁ ୧୫ ଜଣ ଛାତ୍ରଛାତ୍ରୀ ଯିଏକି ବାଘିଲୋର ମାରୁତି ଉଚ୍ଚବିଦ୍ୟାପୀଠ, ପଂଚାୟତ ବାଳିକା ଉଚ୍ଚବିଦ୍ୟାଳୟ ଓ ସୁଦର୍ଶନ ନୋଡାଲ୍ ହାଇସ୍କୁଲରେ ଅଧ୍ୟୟନ କରୁଥିଲେ ସେମାନେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି । ଏହା ଗାଁ ପାଇଁ ଗର୍ବ ଓ ଗୌରବର ବିଷୟ । ସେମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ପିଢ଼ିକୁ ପାଠପଢ଼ିବା ପ୍ରତି ଆକୃଷ୍ଟ କରିବା ପାଇଁ କୃଷକ ବିକାଶ ପରିଷଦ ଦ୍ୱାରା ସେମାନଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ, ବିଭିନ୍ନ ଉପାଦେୟ ବହି ପୁରସ୍କାର ସ୍ୱରୂପ ଦିଆଯାଇଛି ।