Odisha news

ବେଆଇନ କରତକଳ ଉପରେ ଚଢାଉ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ

0

ସିମୁଳିଆ : ବନ ବିଭାଗର ଉଦାସୀନତା ଯୋଗୁଁ ସିମୁଳିଆ ଅଞ୍ଚଳରେ ଦୀର୍ଘ ଦିନ ଧରି ବେଆଇନ ଭାବେ କରତକଳ ଚାଲି ଆସୁଥିବାବେଳେ କରତକଳ ମାଲିକମାନେ ଅନବରତ ବେଆଇନଭାବେ ମୂଲ୍ୟବାନ କାଠପଟା କାଟି ପ୍ରଚୁର ଅର୍ଥ ଉପାର୍ଜନ କରିବା ସହ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଫାଙ୍କି ଆସୁଛନ୍ତି । ବହୁବାର ବନ ବିଭାଗରେ ଅଭିଯୋଗ ହୋଇଆସୁଥିଲେ ବି କିଛି ସୁଫଳ ମିଳୁ ନ ଥିବାର ଜଣାଯାଇଛି । ଯେଉଁଥି ପାଇଁ କରତକଳ ସଂଖ୍ୟା ୭ରୁ ୧୨ରେ ପହଞ୍ଚିଛି ।

ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ କେ ସୁଦର୍ଶନ ଚକ୍ରବର୍ତ୍ତୀ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଡି.ଏଫ.ଓ ଙ୍କ ନିଦେ୍ର୍ଦଶରେ ସିମୁଳିଆ ଥାନା ଅଧିନରେ ଥିବା ଏକ ବେଆଇନ କରତକଳ ଉପରେ ଏସିଫ ରଶ୍ମିରଂଜନ ସ୍ୱାଇଁ ଗୋଟାଏ ପ୍ଲାଟୁନ ଫୋର୍ସ ସହାୟତାରେ ଚଢାଉ କରି ୨ଲକ୍ଷ ଟଙ୍କାର ଯନ୍ତ୍ରାଂଶ ସହ ଶାଗୁଆନ,ଅର୍ଜୁନ,ଶିରିଶ କାଠ ଜବତ କରିଛି । ଏହି ଚଢାଉରେ ସିମୁଳିଆ ତହସିଲଦାର ରବିନାରାୟଣ ବେହେରା, ସିମୁଳିଆ ଥାନା ଏ.ଏସ.ଆଇ ଭୂବନ ସେଠୀଙ୍କ ସମେତ ବନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ

Leave A Reply