ସାଧାରଣ ଜନତାଙ୍କ ଭଳି ଫିଲ୍ମ ଇଣ୍ଡଷ୍ଟ୍ରୀର ସେଲିବ୍ରିଟିମାନେ କରୋନା ଭାଇରସରେ ସଂକ୍ରମିତ ହେଲେଣି । ନିକଟରେ ବଲିଉଡ୍ର ମେଗାଷ୍ଟାର ଅମିତାଭ ବଚ୍ଚନ ପରିବାରର ତିନି ପିଢ଼ି (ଅମିତାଭ, ଅଭିଷେକ-ଐଶ୍ୱର୍ଯ୍ୟା ଓ ଆରାଧ୍ୟା)ଙ୍କଠାରେ କରୋନା ଟେଷ୍ଟ ପଜିଟିଭ ଆସିଥିଲା । ଏବେ ସାଉଥ୍ ଆକ୍ସନ୍ କିଙ୍ଗ୍ ଅର୍ଜୁନ ସରଜା ଓ ପୂର୍ବତନ ଅଭିନେତ୍ରୀ ନିବେଦିତା ଅର୍ଜୁନଙ୍କ କନ୍ୟା ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ସଂକ୍ରମିତ ହୋଇଛନ୍ତି । ଐଶ୍ୱର୍ଯ୍ୟା ନିଜେ ଇନ୍ଷ୍ଟାଗ୍ରାମ୍ରେ ଏ କଥା ଫ୍ୟାନ୍ମାନଙ୍କ ସହ ସେୟାର କରିଛନ୍ତି । ସେ ସେଲ୍ଫ କ୍ୱାରେଣ୍ଟିନ୍ରେ ରହି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚଳୁଛନ୍ତି । ସେ ସୋମବାର ତାଙ୍କ ଇନ୍ଷ୍ଟା ପୋଷ୍ଟରେ ଫ୍ୟାନ୍ମାନଙ୍କୁ ବିଶେଷକରି ଗତ କିଛିଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇବା ପାଇଁ ନିବେଦନ କରିଛନ୍ତି । ଐଶ୍ୱର୍ଯ୍ୟାଙ୍କ କଜିନ ଧ୍ରୁବ ସରଜା ଓ ତାଙ୍କ ପନିୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଐଶ୍ୱର୍ଯ୍ୟା ଅର୍ଜୁନ ତାମିଲ, ତେଲୁଗୁ ଓ କନ୍ନଡ଼ ଅଭିନେତା ତଥା ଫିଲ୍ମ ନିର୍ମାତା ଅର୍ଜୁନ ସରଜାଙ୍କ କନ୍ୟା । ଅର୍ଜୁନଙ୍କୁ ଦକ୍ଷିଣ ଭାରତର ଆକ୍ସନ କିଙ୍ଗ୍ କୁହାଯାଏ । କଥକ, ଜାଜ୍, କଣ୍ଟେପରାରୀ, ଫ୍ରିଷ୍ଟାଇଲ୍ ଓ ବଲିଉଡ୍ ଡାନ୍ସରେ ନିପୁଣା ୨୯ ବର୍ଷୀୟା ଐଶ୍ୱର୍ଯ୍ୟା ୨୦୧୩ରେ ଫିଲ୍ମ ଡେବୁ୍ୟ କରିଥିଲେ । ତାଙ୍କୁ ସାଉଥ୍ ଇଣ୍ଡଷ୍ଟ୍ରୀର ସବୁଠୁ ସୁନ୍ଦରୀ ଅଭିନେତ୍ରୀ କୁହାଯାଏ । ଐଶ୍ୱର୍ଯ୍ୟାଙ୍କ ଜେଜେବାପା ଓ ଅଜା ମଧ୍ୟ ଥିଲେ ଲୋକପ୍ରିୟ କନ୍ନଡ଼ ଅଭିନେତା ।