ରାୟଗଡା:- ୨୦. ୦୭(Rabindra Patakhandal)ଚିତାଲାଗି ଅମାବାସ୍ୟା ଆମ ସଂସ୍କୃତିର ଏକ ଅଂଶ ଏହି ତିଥିରେ ଆମ ଚାଷୀପରିବାରର ପରମ୍ପରା ତେଣୁ ଏହି ଦିନ ପ୍ରତି ଚାଷୀ ପରିବାର ଲଂଗଳ,ଯୁଆଳି,ପଲୋପ ଓ ପାଞ୍ଚଣ ଆଦି ଚାଷ ସାମଗ୍ରୀ ଭଲଭାବରେ ସଫା କରାଯାଏ ଏତେ ବେଳକୁ ଜମିରେ ଧାନରୁଆ ସରିଯାଇଥାଏ ଧାନଗଛ ଗୁଡିକ ବଡି କଳାଦିଶୁ ଥାଏ। ସେହି ଗଛମୂଳରେ ଅଟକାଳି ଓ ଚିତଉ ରଖି ପୂଜାର୍ଚ୍ଚନା ହୁଏ। ଏଣିକି ଲକ୍ଷ୍ମୀଦେବୀଙ୍କ ଦୟା କଲେ ଫସଲ ହେବା ଯାଏ ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି ଚାଷୀର ବିଶ୍ୱାସ ରହି ଆସୁଛି। ଏଣେ ଖୁବ ବେଶୀ କାର୍ଯ୍ୟ ନଥିବାରୁ କେବଳ ଚାଷହୋଇଥିବା ଧାନଗଛ ମାନଙ୍କର ଟିକେ ଦେଖାଦେଖି କରି ସାରିବା ପରେ ଚାଷୀମାନଙ୍କୁ ଅବସର ମିଳିଥାଏ। ଏହି ସମୟରେ ବିଶ୍ରାମ ତଥା ଅନ୍ୟାନ୍ୟ ପାରିବାରିକ ସାମାଜିକ କାମ ତୁଠାଇବାର ଅବସର ମିଳେ।
ଚିତାଲାଗି ଅମାବାସ୍ୟା ପ୍ରତି ପରିବାରର ଏକ ପର୍ବ ଏହି ଦିନ ଘରର ଇଷ୍ଟଦେବୀଙ୍କ ପୂଜା କରାଯାଏ ଫୁଲ ଓ ଘୁରାଚନ୍ଦନ ସହ ଅଟକାଳି ଓ ଚିତଉ ପୂଜାର୍ଚ୍ଚନା କରାଯିବା ଉଚିତ୍। ଜମିରେ ଧାନଗଛର ପୂଜା ପାଇଁ ଅର୍ପଣ କରାଯାଇ ଥିବା ଅଟକାଳି ଓ ଚିତଉ ଘରେ ବି ଇଷ୍ଟଦେବୀଙ୍କୁ ଭୋଗଲାଗେ। ଚାଷ ଜମିରେ ଧାନ ଗଛକୁ ପୂଜା କରି କାଦୁଅ ସହ ଧାନଗଛ ବାହାର କରି ଶେଷ ରେ ଚିତଉ ଅଟକାଳି ରଖି ପୁଣି ରୋପଣ କରି ଧାନଗଛକୁ ଫୁଲ ଚନ୍ଦନ ଲଗାଇ ପାଞ୍ଚଣକୁ ଧୁଆଦୁଇ କରି ଧରି ଚାଷଜମିରୁ ଘରକୁ ଫେରିବା ପରେ ତାହା ସହ କୁଆଡେ ଶୀତ ବି ପାଞ୍ଚଣ ସହ ଯୋଡି ହୋଇ ଆସିଯାଇ ଥାଏ ବୋଲି କୁହାଯାଏ।
ଏସବୁ ସେ କାଳର କଥା ଏ କାଳରେ ବର୍ଷା କାହିଁ ? ଏବେ ହଳ ଲଙ୍ଗଳ ବି ପ୍ରତୀକ ହୋଇ ରହି ଯାଇଛି।ବର୍ତ୍ତମାନ ଆମ ପିଲାଙ୍କୁ ଲଙ୍ଗଳ, ଶଗଡ଼, କିମ୍ବା ମା ପ୍ରସ୍ତୁତ କରୁଥିବା ଘର ଖାଦ୍ୟ ଲୁଚି ଗଲାଣି ଚିତଉ କଣ ଜାଣିବେ ପିଲା କେବଳ ଜାଣନ୍ତି ଚମିନ, ଚିକେନ ପୋକଡା। ଆମେ ବି ସହର ରେ ବସବାସ କରି ଭୁଲି ଗଲୁଣି ଆମ ପରମ୍ପରାକୁ। ଏପଟେ ଚାଷୀ ବି ଅଛି ବେଳକୁ ବେଳେ ଆସାହୟ ମଣିଷ ହୋଇ ତଥାପି ଆସିଛି ଚିତାଲାଗି ଅମାବାସ୍ୟା ଓ ଚାଷୀ ବ୍ୟସ୍ତହୋଇ ପଡୁଛି ଏହା ପାଇବା ପାଇଁ। ଏହି ଲେଖାଟି ମୋର ଅନୁଭୂତିରୁ ଲେଖିଛି।