Odisha news

ହନୁମାନ ଚାଳିଶାର ଏହି ପଦ ଗୁଡିକୁ ଜପ କରନ୍ତୁ : ମିଳିବ ସୁଖ ,ଶାନ୍ତି ଓ ସମୃଦ୍ଧି

0

pintu sahoo : ମଙ୍ଗଳବାର ଦିନଟି ମର୍ଯ୍ୟାଦା ପୁରୁଷତ୍ତମ ରାମଚନ୍ଦ୍ର ଙ୍କର ପ୍ରିୟ ଭକ୍ତ ବଜ୍ରଙ୍ଗବାଲି ଙ୍କର ପ୍ରିୟଦିନ ଅଟେ l କୁହାଯାଇଛି ଯେ କଳିଯୁଗରେ ଯେଉଁଠି ରାମନାମାର ଧ୍ୱନି ଶୁଣିବାକୁ ମିଳେ ,ସେହି ସ୍ଥାନରେ ହନୁମାନ ପ୍ରକଟ ହୋଇଥାନ୍ତି l ହନୁମାନ ତାଙ୍କର ଭକ୍ତ ମାନଙ୍କର ସମସ୍ତ କଷ୍ଟ ଓ ଦୁଃଖ ଦୂର କରନ୍ତି l ଧାର୍ମିକ ମାନ୍ୟତା ଅଛିକି ଯଦି କୌଣସି ବ୍ୟକ୍ତି ପ୍ରତେକ ଦିନ ହନୁମାନ ଚାଳିଶା ପାଠକର ତାର ସମସ୍ତ ଦୁଃଖ ଦୁର୍ଦଶା ଦୂରହୁଏ l ଏହା ସହିତ ହନୁମାନ ଚାଳିଶାରେ ଏପରି କିଛି ପଦଅଛି ଯାହାକୁ ସ୍ମରଣ କଲେ ଲାଭ ମିଳିଥାଏ l ଯଦି ଆପଣ ଜାଣିନାହାନ୍ତି ଏହି ବିଷୟରେ ତେବେ ଆଜି ଜଣାନ୍ତୁ l

“ବୁଦ୍ଧିହୀନ ତନୁ ଜାନି କେ ,ସୁମିରୌ ପବନ କୁମାର ,ଵଲ ବୁଦ୍ଧି ବିଦ୍ୟା ଦେହୁଁ ହରହୁଁ କଲେସ ବିକାର “

ଯଦି କୌଣସି ବ୍ୟକ୍ତି ପ୍ରତେକ ଦିନ ଏହି ପଦକୁ ଜପ କରିବା ତେବେ ତାର ସମସ୍ତ ଦୁଃଖ କଷ୍ଟ ଦୂର ହେବ l କାରଣ ହନୁମାନ ତାଙ୍କ ଭକ୍ତଙ୍କୁ ସମସ୍ତ ସଙ୍କଟରୁ ଦୁରେଇ ରଖି ବଳ ,ବୁଦ୍ଧି ଓ ବିଦ୍ୟା ଦେଇଥାନ୍ତି l

“ଭୁତ ପିଶାଚ ନିକଟ ନାହିଁ ଆବେ ,ମହାବୀର ଜବ ନାମ ସୁନାବେ “

ଯଦି ଆପଣ ଏହି ପଦକୁ ପ୍ରତେକ ଦିନ ଜପ କରିବେ ତେବେ ଖରାପ ଶକ୍ତି ମାନଙ୍କ ପାଖରୁ ଦୁରେଇ ରହିବେ ଓ ଆପଣଙ୍କ ଜୀବନରେ ସର୍ବଦା ସକାରାତ୍ମକ ଶକ୍ତିମାନଙ୍କର ସଂଚାର ହେବ l

“ନାଶେ ରୋଗ ହରେ ସବ ପୀଡା ,ଜପତ ନିରନ୍ତର ହନୁମତ ବିଡା “l

ଏହି ପଦକୁ ଯଦି କୌଣସି ବ୍ୟକ୍ତି ମାଳା ସହିତ ଜପ କରିବ ତେବେ ସମସ୍ତ ପ୍ରକାର ଶାରୀରିକ  କଷ୍ଟ ଓ ରୋଗରୁ ମୁକ୍ତି ପାଇବ l ଯଦି ଏହି ମନ୍ତ୍ରକୁ ଆପଣ ପ୍ରତେକ ମଙ୍ଗଳବାର ହନୁମାନଙ୍କ ମୂର୍ତି ଆଗରେ ଜପ କରିବେ ତେବେ ସୁସ୍ଥ ରହିବ ସହିତ ସମସ୍ତ ବିପଦରୁ ଦୁରେଇ ରହିବେ l

 “ଅଷ୍ଟ ସିଦ୍ଧି ନବ ନିଦ୍ଧି କେ ଦାତା ,ଅସ ବର ଦିନ ଜାନକୀ ମାତା “

ମାତା ଜାନକୀଙ୍କ କୃପାରୁ ହନୁମାନ ସମସ୍ତ ପ୍ରକାର ସିଦ୍ଧି ଦାତା ଅଟନ୍ତି l ଅର୍ଥାତ ଯଦି କୌଣସି ଭକ୍ତ ପ୍ରତେକ ଦିନ ଏହି ପଦକୁ ଜପ କରିବ ତେବେ ତା ଜୀବନରେ କେବେ କୌଣସି ଅସୁବିଧା ରହିବ ନାହିଁ l

“ବିଦ୍ୟାଵାନ ଗୁଣି ଅତି ଚାତୁର ,ରାମ କାଯ କରିବେ କୋ ଆତୁର “

ଏହି ପଦକୁ ଜପ କରୁଥିବା ବ୍ୟକ୍ତି ପାଇଁ ବିଦ୍ୟା ,ବୁଦ୍ଧି ଓ ଧନର ଅଭାବ ରୁହେ ନାହିଁ l କାରଣ ଧର୍ମ ଗ୍ରନ୍ଥରେ ଲେଖା ହୋଇଛି ଯେଉଁଠି ବୁଦ୍ଧି ଅଛି ସେଇଠି ଧନ ଅଛି l

Leave A Reply