Odisha news

ଚଣ୍ଡିଖୋଲ : ଅଞ୍ଜିରା ଜଙ୍ଗଳ ଜମିରୁ ରୁ ମୋରମ୍ ଲୁଟ୍ , ଟ୍ରକ୍ ଜବତ

0

ଚଣ୍ଡିଖୋଲ : ଯାଜପୁର ଜିଲା ଧର୍ମଶାଳା ତହସିଲ ତଥା ଡ଼ାଳିଯୋଡ଼ା ଫରେଷ୍ଟର ରେଞ୍ଜ ଅଧିନ ଅଞ୍ଜିରା ପଞ୍ଚାୟତର ମୌଳଖଣି-ଅଞ୍ଜିରା ମଧ୍ୟ ସ୍ଥଳ ଜଙ୍ଗଳ ଓ ରାଜସ୍ୱ ଜମିରୁ ମାଫିଆମାନେ ଗତ ୧ମାସ ହେବ ବ୍ୟାପକ ମୋରମ୍ ଲୁଟ୍ କରୁଛନ୍ତି । ପ୍ରତ୍ୟେହ ଦିନ ରାତି ୯ଟା ଠାରୁ ବଡ଼ ବଡ଼ ମେସିନ୍ ସହାୟତାରେ ମୋରମ୍ ଖୋଳାଯାଇ ହାଇୱା ଯୋଗେ ବାହାରକୁ ଚାଳାଣ କରାଯାଉଛି । ପ୍ରତେକ ଦିନ ମାଫିଆମାନେ ଏହି ସ୍ଥାନରୁ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ମୋରମ୍ ଲୁଟି ନେଉଥିବା ବେଳେ ସ୍ଥାନୀୟ ଜେନାପୁର ପୋଲିସ ନୀରବ ଦ୍ରଷ୍ଟା ସାଜିଛି । ରବିବାର ରାତିରେ ମୋରମ୍ ଲୁଟ୍ ପାତ୍ ହେଉଥିବା ବେଳେ ମୌଳଖଣି ଗ୍ରାମର କେତେକ ଲୋକ ଲୋଡ଼ ଥିବା ଏକ ହାଇୱା ଟ୍ରକ୍କୁ ଅଟକାଇ ଜେନାପୁର ପୋଲିସକୁ ଖବର ଦେଇଥିଲେ । ହେଲେ ଦୀର୍ଘ ତିନି ଘଣ୍ଟା ଧରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିଲା ।

ଏ ସମ୍ପର୍କରେ ପୋଲିସ ଅତିରିକ୍ତ ମହାନିଦେ୍ର୍ଦଶକ ଓ ଯାଜପୁର ରୋଡ଼ ଏସ.ଡ଼ି.ପି.ଓ ଚିନ୍ମୟ ନାୟକଙ୍କୁ ଅବଗତ କରାଯିବା ପରେ ଥାନା ପୋଲିସ ବାଧ୍ୟ ହୋଇ ରାତି ୧୧.୩୦ ମିନିଟି ବେଳେ ଘଟଣା ସ୍ଥଳରେ ପହଞ୍ଚି ମୋରମ୍ ଲୋଡ଼ ଥିବା ଓ.ଡ଼ି.୦୪ସି ୪୩୯୭ ନମ୍ବର ଥିବା ହାଇୱାକୁ ଜବତ କରି ଚଡ଼େଇଧରା ଫାଣ୍ଡିକୁ ନେଇଥିଲେ । ହେଲେ ମୋରମ୍ ଜଙ୍ଗଳ ଜମିରୁ ଖୋଳାଯାଇଥିଲେ ମଧ୍ୟ ତାହାକୁ ରାଜସ୍ୱ ସ୍ଥାନ ଦର୍ଶାଇ ରିପୋର୍ଟ କରାଯାଇଥିବାରୁ ଧର୍ମଶାଳା ତହସିଲଦାର ୧୫ହଜାର ଟଙ୍କା ଫାଇନ୍ କରି ଟ୍ରକ୍କୁ ସୋମବା ସନ୍ଧ୍ୟାରେ ରିଲିଜ୍ କରିଥିବା ଜଣାପଡ଼ିଛି । ଏଠାରେ ପ୍ରକାଶ ଥାଉକି ଗତ ୮ଦିନ ତଳେ ଠିକ୍ ଏହି ସ୍ଥାନରୁ ମୋରମ୍ ଲୁଟ୍ କରୁଥିବା ବେଳେ ଅନ୍ୟ ଏକ ହାଇୱା ଟ୍ରକ୍ ମଧ୍ୟ ଜବତ ହୋଇଥିଲା । ହେଲେ ତାହାକୁ ମଧ୍ୟ ରାଜସ୍ୱ ସ୍ଥାନ ଦର୍ଶାଇ ଅଳ୍ପ କିଛି ଜୋରିମାନା ଆଦାୟ କରି ଛଡ଼ାଯାଇଥିବା ଅଭିଯୋଗ ହୋଇଛି । ଏହି ସ୍ଥାନରୁ ବେଆଇନ ମୋରମ୍ ଖୋଳା ସମ୍ପୁର୍ଣ୍ଣ ବନ୍ଦ ନ ହେଲେ ଗ୍ରାମବାସୀମାନେ ତହସିଲ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply