କୋଣାର୍କ: ମହାମାରୀ କରୋନା ପାଇଁ ଏବେ ବିଭିନ୍ନ ମନ୍ଦିର ଗୁଡ଼ିକରେ ଜନସମାଗମ ଉପରେ ରୋକ ଲାଗିଛି।ତେବେ ବିଭିନ୍ନ ଦେବୀପୀଠ ଗୁଡ଼ିକରେ ଏବେ ବିଭାଘର ପାଇଁ ଭିଡ଼ ଜମୁଥିବାର ପରିଲକ୍ଷିତ ହେଉଛି।।ଏହାକୁ ଦୃଷ୍ଟିରେ ରଖି କୋଣାର୍କର ଅରାଧ୍ୟା ଦେବୀପୀଠ ମାଭଗବତୀଙ୍କ ପୀଠ ଓ ରାମଚଣ୍ଡୀ ପୀଠକୁ ସ୍ବେଛାସେବୀ ସଂଗଠନ ଉତ୍ସର୍ଗ ପରିବାର ପକ୍ଷରୁ ବିଶୋଧନ କରାଯାଇଛି । ଉତ୍ସର୍ଗ ପରିବାର ପକ୍ଷରୁ ବିଶୋଧକ ବ୍ୟବହାର କରାଯାଇ ଉଭୟ ଦେବୀପୀଠ ସ୍ଥଳି କୁ ବିଶୋଧନ କରାଯାଇଛି ।ଉତ୍ସର୍ଗ ପରିବାରର ସ୍ବେଛାସେବୀ ମାନଙ୍କ ଏହି ସାମାଜିକ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।