Odisha news

ବାଇକ୍ ଚୋରକୁ ଧରି କଣାସ ଥାନାର ୯ ଜଣ ପୋଲିସ କ୍ବାରେଣ୍ଟାଇନରେ

0

କଣାସ ଥାନା ଦ୍ଵାରା ଗିରଫ ହୋଇଥିବା ବାଇକ ଚୋର ପାଖରେ କୋରନା ପିଜେଟିଭ ମିଳିବା ପରେ କଣାସ ଥାନାର ନଅ ଜଣ ପୋଲିସ କର୍ମଚାରୀ ଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖିଲା ପ୍ରଶାସନ, ଅଭିଯୁକ୍ତ ଜଣକ ବାଇକ ଚୋରି କରିଥିବା ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା କଣାସ ପୋଲିସ । ଅଭିଯୁକ୍ତ ସଂସ୍ପର୍ଶରେ ରେ ଆସିଥିବା ନଅ ପୋଲିସ କର୍ମଚାରୀ ଙ୍କୁ ସଙ୍ଘରୋଧ ଭାବରେ ରଖାଯାଇ ଏମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯିବବୋଲି ଜଣାପଡିଛି ।

ସୂଚନା ଥାଉକି ଗତ ୧୩ ତାରିଖ ଦିନ  ଝାରଡ଼ା ଗ୍ରାମର ପ୍ରଶାନ୍ତ ଜଗଦେଵ ନାମକ ଅଭିଯୁକ୍ତ ବାଇକ ଚୋରିକରିବା ଅଭିଯୋଗରେ  ତାକୁ କଣାସ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରସାସନ ପକ୍ଷରୁ କଣାସ ଥାନାକୁ  ସାନିଟାଇଜ   କରାଯାଇଛି ।ସେହିଭଳି କଣାସ ବ୍ଲକ ଗଡିଶାଗୋଦା ଥାନାରେ ମଧ୍ୟ ସମାନ ସ୍ଥିତି ଦେଖିହିବାକୁ ମିଳିଛି  ।ଜଣେ ଅଭିଯୁକ୍ତକୁ ପୋଲିସ ଧରିବା ପରେ ତାଠାରୁ କରୋନା ପଜେଟିଭ ଚିନ୍ହଟ ହେବାପରେ ଯେଉଁ ପୋଲିସ କର୍ମଚାରୀ ସଂସ୍ପର୍ଶରେ ଆସୁଥିଲେ ସାମାନଙ୍କୁ କ୍ବାରେନଟାଇନ କେନ୍ଦ୍ରରେ ରଖାଯାଇଛି ।

ସମସ୍ତଙ୍କର ରକ୍ତ ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡିଛି ।ସେପଟେ କିଛିଦିନ ପୂର୍ବରୁ  ବିନ୍ଧଣ ପଞ୍ଚାୟତର ୧୧ ପ୍ରବାସି ଓଡ଼ିଆ କ୍ବାରେଣ୍ଟାଇନ ଗୃହରେ ରହି ସାତ ଦିନ ପରେ ଘରକୁ ଫେରିଥିଲେ ସେମାନଙ୍କଠାରୁ କରୋନା ଲକ୍ଷଣ ଜଣାପଡିବା ପରେ  ସମ୍ପୃକ୍ତ ଅଞ୍ଚଳକୁ ପ୍ରସାସନ ପକ୍ଷରୁ ସିଲ କରାଯାଇଛି।

Leave A Reply