Odisha news

୬୩ଟି ଶ୍ରମିକ ଟ୍ରେନ୍ ପାଇଁ ଦାବି କଲେ ୭ ରାଜ୍ୟ

0

ନୂଆଦିଲ୍ଲୀ, ୧୨ ଜୁନ୍ :  କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ସମେତ ୭ ଟି ରାଜ୍ୟ ଶୁକ୍ରବାର ଦିନ ରେଳ ମନ୍ତ୍ରଣାଳୟ ତରଫରୁ ୬୩ ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜୁନ୍ ୯ ରେ ରେଳ ବୋର୍ଡ ଅଧ୍ୟକ୍ଷ (ସିଆରବି) ବିନୋଦ କୁମାର ଯାଦବଙ୍କ ଦ୍ୱାରା ପଠାଯାଇଥିବା ଚିଠି ପରେ ରାଜ୍ୟଗୁଡ଼ିକର ଏହି ଦାବି ଆସିଛି । ଟିଆରବି ଚିଠିର ଉତରରେ ରେଳ ମନ୍ତ୍ରଣାଳୟର ମୁଖପାତ୍ର ଶୁକ୍ରବାର ଦିନ କହିଛନ୍ତି ଯେ ବିଭିନ୍ନ ସାତୋଟି ରାଜ୍ୟ ସମୁଦାୟ ୬୩ ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଆବଶ୍ୟକତା ଦର୍ଶାଇଛନ୍ତି । ଏଥିରେ ୫୧ ଟି ରାଜ୍ୟକୁ ଦକ୍ଷିଣ ଭାରତର ୪ ଟି ରାଜ୍ୟ ମାଗିଛନ୍ତି । କେରଳ ସର୍ବାଧିକ ୩୨, ତାମିଲନାଡୁ ୧୦, ଜାମ୍ମୁ କାଶ୍ମୀର ୯, କର୍ଣ୍ଣାଟକ ୬, ଆନ୍ଧ୍ରପ୍ରଦେଶ ୩, ପଶ୍ଚିମବଙ୍ଗ ୨ ଏବଂ ଗୁଜରାଟ ଗୋଟିଏ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଦାବି କରିଛନ୍ତି । ଯଦି ଉତରପ୍ରଦେଶ ସରକାର ଅଧିକ ଟ୍ରେନ୍ ଆବଶ୍ୟକ କରନ୍ତି, ତେବେ ସେମାନେ ସେମାନଙ୍କର ଦାବି ପଠାଇବା ଉଚିତ୍ ବୋଲି ସେ କହିଛନ୍ତି ।ସେ କହିଛନ୍ତି ଯେ ରାଜ୍ୟଗୁଡିକ ଆବଶ୍ୟକତା ଅନୁଯାୟୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ମାଧ୍ୟମରେ ପ୍ରବାସୀମାନଙ୍କୁ ଆରାମଦାୟକ ତଥା ନିରାପଦ ଯାତ୍ରା ଯୋଗାଇବା ପାଇଁ ଭାରତୀୟ ରେଳ ପ୍ରତିବଦ୍ଧ । ରେଳ ବୋର୍ଡର ଅଧ୍ୟକ୍ଷ ୨୯ ମଇ, ୩ ଜୁନ୍ ଏବଂ ୯ ଜୁନ୍ ରେ ରାଜ୍ୟମାନଙ୍କୁ ଚିଠି ଲେଖିଥିଲେ ଏବଂ ରାଜ୍ୟ ଅନୁରୋଧର ୨୪ ଘଂଟା ମଧ୍ୟରେ ଭାରତୀୟ ରେଳ ଟ୍ରେନ୍ ଉପଲବ୍ଧ କରାଇବ ।

 

Leave A Reply