Odisha news

ରୋଷେଇରେ ବିଳମ୍ବ ହେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

0

ବାରିପଦା  : ରୋଷେଇ କରିବାରେ ସାମାନ୍ୟ ବିଳମ୍ବ ହେବାରୁ ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀଙ୍କୁ କାଠଫାଳିଆ ପିଟିପିଟି ହତ୍ୟା କରିବାପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଯାଇଛି । ଘଟଣାରୁ ପ୍ରକାଶ ଯେ, କପ୍ତିପଦା ଥାନା ପଥରଖଣି ଗ୍ରାମର ଜୁଲୁ ଭକ୍ତା ଓ ତାଙ୍କ ସ୍ତ୍ରୀ ନିନି ଭକ୍ତା ଗ୍ରାମ ନିକଟସ୍ଥ ହାଟକୁ ସଉଦା ଆଣିବାକୁ ଯାଇଥିଲେ ।

ହାଟରୁ ସଉଦା କରି ସନ୍ଧ୍ୟାରେ ଘରକୁ ଫେରିଥିଲେ । ତେବେ ଘରେ ପହଞ୍ଚିବା ପରେ ରୋଷେଇ କରିବାରେ ସ୍ତ୍ରୀ ନିନିର ସାମାନ୍ୟ ବିଳମ୍ବ ହୋଇଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜୁଲୁ ସ୍ତ୍ରୀ ନିନିଙ୍କୁ ଏକ କାଠଫାଳିଆରେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିଲା । ହତ୍ୟା କରିବାପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଜୁଲୁ ଫେରାର ହୋଇଥିବା ଜଣାଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ କପ୍ତିପଦା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବକୁ ଜବତ କରି ଡାକ୍ତରଖାନାରେ ଶବବ୍ୟବଚ୍ଛେଦ କରିଥିଲେ । ଏନେଇ କପ୍ତିପଦା ଥାନାରେ ୧୫୪/୨୦ ମାମଲା ରୁଜୁ ହୋଇଛି ।

Leave A Reply