କରୋନା ପ୍ରତି ଲୋକଙ୍କ ଅନୁସନ୍ଧିତ୍ସା ଧୀରେ ଧୀରେ କମିଲାଣି । ଗୁଗଲ୍ ସର୍ଚ୍ଚ ଟ୍ରେଣ୍ଡ୍ରୁ ଏହାର ସଙ୍କେତ ମିଳିଛି । ଗୁଗଲର ଟପ୍ ଟ୍ରେଣ୍ଡିଂ ସର୍ଚ୍ଚ ରିପୋର୍ଟ ଅନୁଯାୟୀ ମେ’ରେ କରୋନା ଭାଇରସ୍ ସମ୍ବନ୍ଧୀୟ ସର୍ଚ୍ଚ ଲୋକମାନେ ଖୁବ୍ କମ୍ କରିଛନ୍ତି । କରୋନା ପରିବର୍ତ୍ତେ ଫିଲ୍ମ, ମୁ୍ୟଜିକ୍ ଓ ପାଣିପାଗ ସମ୍ବନ୍ଧୀୟ ସର୍ଚ୍ଚ ପୁଣି ଆରମ୍ଭ ହୋଇଛି । ‘କରୋନାଭାଇରସ୍’ ସମ୍ବନ୍ଧୀୟ ସର୍ଚ୍ଚ ଏପ୍ରିଲ୍ ତୁଳନାରେ ମେ’ରେ ୫୦ ପ୍ରତିଶତ କମିଛି । ତେବେ ‘ଟିକା’କୁ ନେଇ ମେ’ରେ ସର୍ବାଧିକ ସର୍ଚ୍ଚ କରାଯାଇଛି । ସେହିପରି ଲକ୍ଡାଉନ୍ ୪.୦କୁ ଅଧିକ ସର୍ଚ୍ଚ କରାଯାଇଥିବା ବେଳେ କରୋନାଭାଇରସ୍ ସମ୍ବନ୍ଧୀୟ କେତେକ ପ୍ରଶ୍ନ ମେ’ ମାସରେ ଅଧିକ ସର୍ଚ୍ଚ ହୋଇଛି ।