Odisha news

ଏମ୍ଜିଏନ୍ଆର୍ଇଜିଏସ୍ ଯୋଜନାରେ ଗୋଚର ଜମିରେ ଖେଳ ପଡିଅ ନିର୍ମାଣ, ମଣିଷ ବଦଳରେ ମେସିନ କରୁଛି କାମ

0

କୋରେଇ :  ଲକ୍ଡାଉନରେ ଘରେ ଥିବା ଶ୍ରମିକ ହୁଅନ୍ତୁ କିମ୍ବା ପ୍ରବାସି ଓଡିଆ ଭାବେ ଗାଁକୁ ଫେରିଥିବା ଦାଦନ ଶ୍ରମିକ ମାନେ କାମ ନପାଇ ଆର୍ଥିକ ଅନାଟନରେ ଦିନ କାଟୁଛନ୍ତି । ଏମ୍ଜିଏନ୍ଆରଇଜିଏସ୍ ଯୋଜନାରେ ଏମାନଙ୍କୁ କାମ ଯୋଗାଇ ଦେବାକୁ ସରକାର ନିଦେ୍ର୍ଦଶ ଦେଇଛନ୍ତି । କିନ୍ତୁ ସରକାରଙ୍କ ଏହି ନିଦେ୍ର୍ଦଶକୁ ଏବେ କିଛି ଅସାଧୁ ସରକାରୀ କର୍ମଚାରୀ ଓ କିଛି ଶାସକଦଳର କର୍ମୀଙ୍କ ପାଇଁ ଏବେ ଏହି ଯୋଜନା ବାଟବଣା ହେଉଛି । ଅମୃତିଆ ପଂଚାୟତର ବଣହରା ଗ୍ରାମବାସୀଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ କୋରେଇ ବିଡିଓଙ୍କ ନିକଟରେ ହୋଇଛି ।

ଅଭିଯୋଗ ମୂତାବକ ଅମୃତିଆ ପଂଚାୟତ ବଣହରା ଗ୍ରାମର ଖାତା ନମ୍ବର ୭୪, ପ୍ଲଟ ନମ୍ବର ୧୮୨ର ୭୬ ଡସିମିଲି ଜାଗା ଯାହାର କିସମ ଗୋଚର ଅଟେ । ଗ୍ରାମବାସୀଙ୍କ ଅଗଚୋରରେ ସେଠାରେ ସୂଚନା ଫଳକ କରାନଯାଇ ପ୍ରକୃତ ପ୍ରକଳ୍ପରନାମ ଓ ବ୍ୟୟଅଟକଳ ସହିତ ଯୋଜନାର ନାମ ମଧ୍ୟ ଲୋକ ଲୋଚନ ଠାରୁ ଦୂରେଇ ରଖାଯାଇ ଏହି ଖେଳ ପଡିଆ ନିର୍ମାଣରେ ଜେସିବି ଓ ଟ୍ରାକ୍ଟର ଲଗାଇ ନିର୍ମାଣ କରାଯାଉଛି । ତାହାପୁଣି ରାତି ଅଧିଆ କରାଯାଉଥିବା ବେଳେ ପାଖରେ ଥିବା ବିଲ ଓ କରାଯାଉଥିବା ଖେଳ ପଡିଆ କଡରୁ ଏକ ନାଳ କରି ମାଟିଆଣି ପଡିଆରେ ପକାଯାଇ କାର୍ଯ୍ୟ କରାଯାଉଛି । ଏ ସମ୍ପର୍କରେ ବ୍ଲକ କନିଷ୍ଠଯନ୍ତ୍ରୀ ଅଶୋକ ରାୟଙ୍କୁ ପଚାରିବାରୁ ଏହି ଖେଳ ପଡିଆରେ ଚତୁର୍ଦଶ ଅର୍ଥକମିସନ ଅନୁଦାନ ଓ ଏମ୍ଜିଏନ୍ଆରଇଜିଏସ୍ ଅନୁଦାନରେ କରାଯାଉଛି ।

ତେଣୁ ଏଠାରେ ମେସିନରେ କାର୍ଯ୍ୟ ହୋଇପାରିବ । ସୂଚନା ଫଳକ ହୋଇନଥିବା କଥା ପଚାରିବାରୁ ସୂଚନା ଫଳକ କରାଯାଇନାହିଁ ସେଠାରେ ଖୁବ୍ ଶିଘ୍ର କରାଯିବ ବୋଲି କହିଥିଲେ । ଏ ସମ୍ପର୍କରେ ଗ୍ରାମରୋଜଗାର ସେବକଙ୍କୁ ପଚାରିବାରୁ ଏହା ଏମ୍ଜିକଏନ୍ଆରଇଜିଏସ୍ ଯୋଜନାରେ ୫ ଲକ୍ଷଟଙ୍କା ଅନୁଦାନରେ କାର୍ଯ୍ୟକରାଯାଉଛି । ଏଠି ପ୍ରଶ୍ନଉଠେ ଜେଇଙ୍କ କହିବା କଥା ସତ ନା ଜିଆରଏସଙ୍କ କହିବା କଥା ସତ ଯଦି ଜେଇଙ୍କ କଥା ସତ ହୁଏ ତାହା ହେଲେ ପ୍ରକଳ୍ପ ନିକଟରେ କାହିଁକି ସୂଚନା ଫଳକ ନିର୍ମାଣ କରାଯାଉନାହିଁ । ନା ଏଠି ଜେଇ ଓ ଠିକାଦାରଙ୍କ ସହ ଭିତିରି ବୁଝାବଣା ହୋଇଛି ? ସେହିପରି ଏହି ଗାଁର ମାନହରା ପୋଖରୀ କାର୍ଯ୍ୟରେ କୌଣସି ସୂଚନା ଫଳକ କରାନଯାଇ ୫ ଫୁଟରୁ ଉର୍ଦ୍ଧ ପାଣିଥିବା ପୋଖରୀ ଚାରିପଟେ ବହୁ ଗଛ ଲଗାଯାଇଛି । ସେହି ପୋଖରୀର ହୁଡାକୁ ଚାଂଛି ପ୍ରକଳ୍ପର ସମସ୍ତ ଅନୁଦାନ ଅର୍ଥକୁ ଚଳୁ କରିବାକୁ ମସୁଧା ଚାଲିଛି । ତେଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଏହାର ଉପଯୁକ୍ତ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Leave A Reply