Odisha news

ଗୃହବନ୍ଦିରୁ ମୁକୁଳିଲେ ୩ପରିବାର ୨୫ ଦୋକାନୀ

0

ବ୍ୟାସନଗର  :  ପ୍ରବାସୀ ଶ୍ରମିକ ଫେରିବାକୁ ନେଇ ଷ୍ଟେସନ ସମ୍ମୁଖରେ ଟେଣ୍ଡ ମରାଯାଇ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ଏବଂ ପ୍ରଶାସନୀକ ଅଧିକାରୀଙ୍କ ବସିବା ପାଇଁ କୋଠରୀ ନିର୍ମାଣ କରାଯାଇଥିଲା । ଯାହା ଫଳରେ ଷ୍ଟେସନ ସମ୍ମୁଖରେ ଦେନାକ କରିଥିବା ୨୫ ଦୋକାନୀ ଓ ୩ପରିବାର ସଂପୂର୍ଣ୍ଣ ଗୃହ ବନ୍ଦି ହୋଇରହିଯାଇଥିଲେ । କରୋନା ଭୟରେ ପଦାକୁ ବାହାରିପାରିନଥିଲେ । ଲକଡ଼ାଉନ ଫଳରେ ମାର୍ଚ୍ଚ ୨୨ ଜନତା କର୍ଫୁ୍ୟ ଠାରୁ ସଂପୂର୍ଣ୍ଣ ଦୋକାନ ବନ୍ଦ କରି ରଖିଥିଲେ ।

ମେମାସ ୧୭ ତାରିଖ ପରେ ଲକଡ଼ାଉନ ନୀୟମରେ ପରିବର୍ତନ କରାଯାଇଥିଲା । ସରକାର କିଛି ଦୋକାନ ଖୋଲିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ଇନ୍ଦିରାଗାନ୍ଧୀ ପ୍ରତିମୂର୍ତି ଠାରୁ ଲାଗିଲାଗି ଥିବା ୨୫ଟି ଦୋକାନ ପର୍ଯ୍ୟନ୍ତ ଟେଣ୍ଡ ମରାଯାଇଥିବାରୁ ଦୋକାନୀ ଦୋକାନ ଖୋଲିପାରିନଥିଲେ । ସହରସାରା ସବୁ ଦୋକାନ ସରକାରୀ ନୀୟମ ଅନୁସାରେ ନିଜର ବ୍ୟବସାୟ ପ୍ରତିଷ୍ଠାନ ଖୋଲିଥିବା ବେଳେ ଏହି ୨୫ କୋଦାନୀ ଦୋକାନ ଖୋଲିପାରିନଥିଲେ । କେବଳ ସେତିକି ନୁହେଁ, ଏହାପଛ ପଟରେ ରହୁଥିବା ୩ପରିବାରର ପାଖାପାଖି ୭୦ ସଦସ୍ୟ ମଧ୍ୟ ପଦାକୁ ବାହାରିପାରିନଥିଲେ । ଗତକାଲି  ପ୍ରଶାସନ ପକ୍ଷରୁ ଦୋକାନ ସମ୍ମୁଖରେ କରାଯାଇଥିବା ଟେଣ୍ଡକୁ ହଟାଇ ନେବାକୁ ଉଠାଇବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ପରେ ଆଜି ତାହାକୁ ହଟାଇ ନିଆଯାଇଛି । ଫଳରେ ୨୫ଦୋକାନୀ ଦୋକାନ ଖୋଲିପାରିଛନ୍ତି ।

Leave A Reply