Odisha news

ମହିଳାଙ୍କୁ ଆକ୍ରମଣ ଥାନାରେ ଏତଲା

0

କେନ୍ଦ୍ରାପଡା:  କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା, କୁଦାନଗରୀ ଫାଣ୍ଡି ଅନ୍ତର୍ଗତ ବଡବେତରା ଗ୍ରାମରେ ଜଣେ ମହିଳା ମରଣାତ୍ମକ ଆକ୍ରମଣ ହୋଇଥିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗ ରୁ ପ୍ରକାଶ ଯେ ବଡ ବେତରା ଗ୍ରାମର ପ୍ରଶାନ୍ତ କୁମାର ନାଥ ଘରେ ନଥିବା ସମୟରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ନାଥଙ୍କୁ ପଡୋଶି ଏକ ଗାଡି ରଖିବାକୁ ନେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ।

ଏଥିରେ ସେ ପ୍ରତିବାଦ କରିବାରୁ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏନେଇ କୁଦାନଗରୀ ଫାଣ୍ଡିରେ ଅଭିଯୋଗ ହେବା ପରେ ପାଂଣ୍ଡି ଅଧିକାରୀ ମହମ୍ମଦ ଜାମସେଦ ଘଟଣାର ତଦନ୍ତ କରିଥିବାର ଜଣା ପଡିଛି ।

Nalco

Leave A Reply