Odisha news

କରୋନା ଭୂତାଣୁ ପାଇଁ ଆଇପିଏଲ-୧୩ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

0

ନୂଆଦିଲ୍ଲୀ,୨୨ା୫(ଏଜେନ୍ସି): ଆଇପିଏଲ୍‌-୧୩ ତମ ସଂସ୍କରଣ ଆୟୋଜନ ପାଇଁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟି- ୨୦ ବିଶ୍ୱକପ ସ୍ଥଗିତ ରଖିବାକୁ ଚାହୁଁନଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଯଦି କ୍ରିକେଟ୍‌ ବିଶ୍ୱକପ ସ୍ଥଗିତ ରଖାଯାଏ ତେବେ ଅକେଫାବର-ନଭେମ୍ବରରେ ଆଇପିଏଲ୍‌ ଆୟୋଜନ ପାଇଁ ବାଟ ଫିଟିବ । ଚଳିତ ବର୍ଷ ବିସିସିଆଇ ପାଇଁ ଆଇପିଏଲର ମୂଲ୍ୟ ପ୍ରାୟ ୫୩୦ ନିୟୁତ ଡଲାର । କରୋନା ଭୂତାଣୁ ପାଇଁ ଆଇପିଏଲ-୧୩ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି । ସେହିଭଳି ଅକେଫାବର ୧୮ରୁ ଅଷ୍ଟ୍ରେଲିଆରେ ଟି- ୨୦ ବିଶ୍ୱକପ ଆରମ୍ଭ ହେବାର ଅଛି ।

Nalco

Leave A Reply