ଗଞ୍ଜାମ:05,06: ଗଞ୍ଜାମ ପୌରାଞ୍ଚଳ ଅଧିନସ୍ଥ ଦାମୋଦରପୁର ଗ୍ରାମର 12 ଜଣ ଓ ଛତ୍ରପୁର ବ୍ଲକ ଅଗସ୍ତି ନୂଆଗାଁ ର ଦୁଇ ଜଣ ମହିଳା ଙ୍କ ସମେତ ପୁରୀ ଓ ଟିଟିଲାଗଡ଼ ଅଞ୍ଚଳର 51 ଜଣିଆ ତୀର୍ଥଯାତ୍ରୀ ଉତ୍ତର ପ୍ରଦେଶର ସୀତାପୁର ନୈମିସାରଣ୍ୟ ର ଏକ ଆଶ୍ରମରେ ଫସିରହିଛନ୍ତି। ସେମାନେ ଏକ ମୋବାଇଲ ଭିଜଲ ମାଧ୍ୟମରେ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ କୁ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି। କରୋନା ମହାମାରୀ ର କାୟା ଵିସ୍ତାର ଯୋଗୁଁ ଭାରତ ସରକାର ଙ୍କ ଲକଡାଉନ ଘୋଷଣା ଫଳରେ ଦେଢ଼ ମାସ ହେଲା ସେମାନଙ୍କୁ ସେଠାରେ ଫସି ରହିବାକୁ ପଡିଛି। ତୀର୍ଥଯାତ୍ରୀ ଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଟ ନାଗରିକ ରହିଥିବା ଏବଂ ସେମାନଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ,ମଧୁମେୟ ଓ ଶ୍ୱାସରୋଗୀ ରହିଛନ୍ତି ।
ଅନ୍ୟପଟେ ସେମାନେ ନେଇଥିବା ଟଙ୍କା ସାରି ଆସିଲାଣି ଫଳରେ ସେଠାରେ ସେମାନେ ନାହିଁ ନଥିବା ଅସୁବିଧାର ସଂମ୍ମୁଖୀନ ହେବା ସହ ଦୁଃଶ୍ଚଚିନ୍ତାରେ ରହୁ ଥିବା କହିଛନ୍ତି।ବର୍ତ୍ତମାନ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ,ଛାତ୍ର, ଛାତ୍ରୀ ମାନଙ୍କୁ ଟ୍ରେନ ଓ ବସ ମାଧ୍ୟମରେ ନିଜ ନିଜ ଅଞ୍ଚଳକୁ ଫେରିବା ର ବ୍ୟବସ୍ଥା ସରକାର ଓ ପ୍ରଶାସନ ପଦକ୍ଷେପ ନେଉଥିବା ବେଳେ ସେମାନଙ୍କୁ ସେଠାରୁ ଫେରାଇ ଆଣିବା ନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବା ନେଇ ତୀର୍ଥଯାତ୍ରୀ ଅଭିଯୋଗ କରିଛନ୍ତି ।ଏ ନେଇ ସେଠାକାର ପ୍ରଶାସନ ଅଧିକାରୀ
ଙ୍କୁ ସେଠାରୁ ସେମାନଙ୍କୁ ନିଜ ଅଞ୍ଚଳ କୁ ପଠାଇବା ପାଇଁ ନେହୁରା ହେଉଥିବା ବେଳେ ଓଡିଶା ସରକାର ଓ ଗଞ୍ଜାମ ପ୍ରଶାସନ ର ସ୍ୱୀକୃତି ଆବଶ୍ୱକ ବୋଲି ସେଠାକାର ପ୍ରଶାସନିକ ଅଧିକାରୀ ମାନେ ମତ ଦେଉଛନ୍ତି।
ଏନେଇ ସ୍ଥାନୀୟ ସମ୍ପର୍କୀୟ ମାନେ ଗଞ୍ଜାମ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ ଙ୍କ ଜରିଆରେ ଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାର ଅବନୀ କୁମାର ସାହୁ ଙ୍କୁ ଉତ୍ତର ପ୍ରଦେଶରେ ଫସି ରହିଥିବା ତୀର୍ଥଯାତ୍ରୀ ମାନଙ୍କୁ ନିଜ ଅଞ୍ଚଳକୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।
ଭିକାରୀ ବେହେରା,ସର ବେହେରା,ବସନ୍ତ ବେହେରା,ଅହଲ୍ୟା ବେହେରା,ଚନ୍ଦ୍ରମା ବେହେରା,କୈଳାସ ବେହେରା,ପାର୍ବତୀ ବେହେରା,ସୀମାଦ୍ରୀ ବେହେରା,ପି.ଅଦିଆମ୍ମା ରେଡି,ଡି.ସାହେବ ରେଡି,ଡି.ଲଛମି ରେଡି ପ୍ରମୁଖ ଦାମୋଦରପୁର ଗ୍ରାମର ଓ ମିଲି ଦାସ ଓ ଲକ୍ଷ୍ମୀ ଦାସ ଦୁଇଜଣ ମହିଳା ଅଗସ୍ତି ନୂଆଗାଁ ସେହି 51 ଜଣିଆ ତୀର୍ଥଯାତ୍ରୀ ଦଳରେ ଫସି ରହିଛନ୍ତି।