ବୋରିଗୁମ୍ମା (K.sakil dora)– ଦେଶ ସାରା ଲକ ଡାଉନ ବେଳେ କିଛି ଅସାମାଜିକ ବ୍ୟକ୍ତି ମାନେ ଜଙ୍ଗଲ କୁ ଯାଇ ପିକନିକ କରୁଥିବା ଅଭିଯୋଗ ହୋଇଛି। ପିକନିକ ରେ ଗାଇ କୁ ହତ୍ୟା କରି ଗୋ ମାଂସ ରାନ୍ଧିବା ବେଳେ ୧୧ ଜଣ ଗ୍ରାମବାସୀ ଙ୍କ ଦ୍ଵାରା ଧରାପଡିଛନ୍ତି। ଏହିଭଳି ହୃଦୟ ବିଦରକ ଦୃଶ୍ୟ ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ସସାହାଣ୍ଡି ପଞ୍ଚାୟତ ଅଧିନ ଧୁଡୁସାପାଲା ଜଙ୍ଗଲରେ। କିଛି ଅସାମାଜିକ ବ୍ୟକ୍ତି ମାନେ ଧୁଡୁସାପାଲା ନିକଟସ୍ଥ ନୀଳଗିରି ଜଙ୍ଗଲ କୁ ଯାଇଥିଲେ। ସେଠାରେ ଗାଇ କୁ ହତ୍ୟା କରି ଗୋ ମାଂସ ରାନ୍ଧିବା ବେଳେ କୌଣସି ସୂତ୍ରରୁ ଧୁଡୁସାପାଲା ର କିଛି ଯୁବକ ଜାଣିବାକୁ ପାଇଥିଲେ।ଗ୍ରାମର ଯୁବକ ପ୍ରକାଶ କୁମାର ସାମଲ, ତୁଳସୀ ରାମ ବିଶୋଇ, ସତ୍ୟନନ୍ଦ ବିଶୋଇ, ଭଗତ ବିଶୋଇ, ଜଗନ୍ନାଥ ବିଶୋଇ, ଧନପତି ହରିଜନ, ରତନ ମାଳି, ମୀନକେତନ ମାଳି, ଖଗେଶ୍ୱର ଭତ୍ରା ପ୍ରମୁଖ ନୀଳଗିରି ଜଙ୍ଗଲରେ ପହଂଚି ଗୋ ମାଂସ ରାନ୍ଧିବା ବେଳେ ଧରିଥିଲେ। ସଂଗେ ସଂଗେ ବୋରିଗୁମ୍ମା ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଗ୍ରାମବାସୀ ମାନେ ୧୧ ଜଣଙ୍କୁ ପୋଲିସ କୁ ହସ୍ତାନ୍ତର କରିଥିବା ଜଣାଯାଇଛି। ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ।