Odisha news

ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳ ସମେତ ଭଦ୍ରକ ପୌରାଞ୍ଚଳରେ ଆଜି ରାତିରୁ ଦୁଇଦିନ ପାଇଁ ସଟ୍‍ ଡାଉନ୍‍: କଠୋର କଟକଣା

0

ଭୁବନେଶ୍ୱର : ୦୩ ଅପ୍ରେଲ,୨୦୨୦ ଭାରତ ସମେତ ପୃଥିବୀର ଅନେକ ଦେଶରେ କୋଭିଡ୍‍-୧୯ ସଂକ୍ରମଣ ବଢ଼ୁଥିବା ପରିପ୍ରେକ୍ଷୀରେ
ତାହାକୁ ରୋକିବା ନିମନ୍ତେ ସାମାଜିକ ଦୂରତା ଏବଂ ପ୍ରତିରୋଧକ ପଦକ୍ଷେପକୁ ଅଧିକ କଠୋର କରାଯିବାର ଆବଶ୍ୟକତାକୁ ଉପଲବ୍ଧି କରି ଓଡ଼ିଶା ସରକାର ମହାମାରୀ ରୋଗ ଆଇନ, ୧୮୯୭ ଏବଂ ଓଡ଼ିଶା କୋଭିଡ୍‍-୧୯ ନିୟନ୍ତ୍ରଣ, ୨୦୨୦ ବଳରେ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ସମୁଦାୟ ରାଜ୍ୟରେ ଲକ୍‍ ଡାଉନ୍‍ ଘୋଷଣା କରିଛନ୍ତିା ଇତି ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, କଟକ ମହାନଗର ନିଗମ ଅଞ୍ଚଳ ଓ ଭଦ୍ରକ ପୌରାଞ୍ଚଳରେ ୬ଟି କୋଭିଡ୍‍-୧୯ ପଜିଟିଭ୍‍ ଚିହ୍ନଟ ହୋଇଥିବା ପରିପ୍ରେକ୍ଷୀରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ, ସଙ୍ଗରୋଧ, ପରୀକ୍ଷଣ ଓ ପୃଥକବାସକୁ ବ୍ୟାପକ କରିବା ସହିତ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର, କଟକ ମହାନଗର ଓ ଭଦ୍ରକ ସହରରେ ଆଜି ତା. ୦୩/୦୪/୨୦୨୦ ରାତି ୮ଟାରୁ ଆସନ୍ତା ୫/୦୪/୨୦୨୦ ରାତି ୮ଟା ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସଂପୂର୍ଣ୍ଣ ବନ୍ଦ ବା ସଟ୍‍ ଡାଉନ୍‍ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛିା ଭୁବନେଶ୍ୱର ମହାନଗର ସମେତ ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ତମାଣ୍ଡୋ, ମଳିପଡ଼ା, ଅନ୍ଧାରୁଆ, କଳାରାହାଙ୍ଗ, ରଘୁନାଥପୁର, ବାରିମୁଣ୍ଡ, ଦାରୁଠେଙ୍ଗ/ଚନ୍ଦକା, ଧଉଳି, ଜାଆଁଳା, ସିଜୁଆ,
ବାଳକାଟି(ପ୍ରତାପ ଶାସନ), ବାଲିଅନ୍ତା ଓ ଜଗନ୍ନାଥପୁର ଓ ଜଟଣୀ ବ୍ଲକ୍‍ର ପ୍ରଧାନ ସାହି ଗ୍ରାମପଞ୍ଚାୟତ/ଗ୍ରାମାଞ୍ଚଳ ସହିତ କଟକ ମହାନଗର ନିଗମ ଅଞ୍ଚଳ ଓ ଭଦ୍ରକ ପୌରାଞ୍ଚଳ ସଂପୂର୍ଣ୍ଣ ବନ୍ଦ ରହିବା ଏହି ସବୁ ଅଞ୍ଚଳରେ ସଂପୂର୍ଣ୍ଣ ବନ୍ଦ ସମୟରେ ସମସ୍ତ କାର୍ଯ୍ୟାଳୟ, ଦୋକାନବଜାର ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ବନ୍ଦ ରହିବା କେବଳ ହସ୍‍ପିଟାଲ୍‍, ପୋଲିସ୍‍, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ସେବା ଜାରି ରହିବା
ଇଲେକ୍‍ଟ୍ରୋନିକ୍‍ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବଙ୍କ ଦ୍ୱାରା ନିର୍ଦ୍ଧାରିତ ଟେଲିକମ୍‍ ସେବା, ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ପେଟ୍ରୋଲ୍‍ ପମ୍ପ ଖୋଲା ରହିବା ମାଲ ପରିବହନ ପାଇଁ ରେଳ ଷ୍ଟେସନ୍‍ ଓ ବିମାନ ବନ୍ଦର ଖୋଲା ରହିବା ପୋଲିସ୍‍ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ଗଣମାଧ୍ୟମ କାର୍ଯ୍ୟ କରିବା କୋଭିଡ୍‍-୧୯ ପରିଚାଳନାରେ ସଂପୃକ୍ତ କଲ୍‍ ସେଣ୍ଟର ଓ ସୂଚନା ପ୍ରଯୁକ୍ତି କେନ୍ଦ୍ର ଖୋଲା ରହିବା ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କ
ଅଧୀନରେ ରହିଥିବା ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ଜାରି ରହିବା ସାଙ୍ଗକୁ ସଫେଇ ଶ୍ରମିକମାନେ କାର୍ଯ୍ୟ କରିବୋ ବିଜୁଳି ଯୋଗାଣ ଓ ବିତରଣ ଜାରି ରହିବା ପୌର କର୍ତ୍ତୃପକ୍ଷ/ଔଷଧ କଣ୍ଟ୍ରୋଲରଙ୍କ ଦ୍ୱାରା ନିର୍ଦ୍ଧାରିତ ଔଷଧ ଦୋକାନଗୁଡ଼ିକ ଖୋଲା ରହିବା ମାଲ୍‍ବାହୀ ଯାନବାହନଗୁଡ଼ିକ ଚଳାଚଳ କରିବା  କୋଭିଡ୍‍-୧୯ ଆକ୍ରାନ୍ତ ଲୋକଙ୍କୁ ଚିହ୍ନଟ କରିବା ସହିତ ବିଭିନ୍ନ ପରୀକ୍ଷଣ, ସଙ୍ଗରୋଧ, ପୃଥକବାସ ଓ
ପ୍ରତିରୋଧରେ ନିୟୋଜିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁମୋଦିତ ବ୍ୟକ୍ତିବିଶେଷଙ୍କ ଯାତାୟତ ଉପରେ କୌଣସି କଟକଣା ରହିବ ନାହିାଁ
ଯାତାୟତ ପାଇଁ ପୂର୍ବରୁ ପ୍ରଦାନ କରାଯାଇଥିବା ସମସ୍ତ ପାସ୍‍ ସଟ୍‍ ଡାଉନ୍‍ ସମୟରେ ବାତିଲ ହୋଇଯିବା ଆବଶ୍ୟକ ହେଲେ ପୂର୍ଣ୍ଣ ବନ୍ଦ କାଳରେ ସ୍ୱତନ୍ତ୍ର ପାସ୍‍ ଯୋଗାଇ ଦିଆଯିବା ଏହି ଆଦେଶନାମାର ଉଲ୍ଲଂଘନକାରୀ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ଭାରତୀୟ ପିଙ୍ଗଳ
କୋଡ୍‍ ଅନୁଯାୟୀ ଦଣ୍ଡିତ ହେବୋ

Nalco

Leave A Reply