Odisha news

ହିଡି ମେଡିକାଲ ଭିତରେ ବାହାର ଲୋକଙ୍କ ବାଇକ୍‍ ପାର୍କିଂ ଆମ୍ବୁଲାନ୍ସ ଓ ରୋଗୀ ଯାତାୟାତରେ ଅସୁବିଧା

0

ତିହିଡି:ତିହିଡି ମେଡିକାଲ ଭିତରେ ବାହାର ଲୋକେ ନିଜ ସାଇକେଲ ଓ ବାଇକ ପାର୍କିଂ କରିବା ଯୋଗୁଁ ଏଠାରେ ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି । ଫଳରେ ମେଡିକାଲ ଭିତରକୁ ସାଧାରଣ ରୋଗୀଙ୍କ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଚଳପ୍ରଚଳରେ ଅସୁବିଧା ସୃଷ୍ଟି ହେଉଛି । ତିହିଡି ବଜାରକୁ ବିଭିନ୍ନ କାମରେ ଓ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକେ ନିଜ ସାଇକେଲ ଓ ବାଇକ ଗୁଡିକୁ ମେଡିକାଲ ଭିତରକୁ ପ୍ରବେଶ ପଥରେ ପାର୍କିଂ କରିବା ଏକ ନିତିଦିନିଆ ଘଟଣା ହୋଇଗଲାଣି ।

ଯାହାଫଳରେ ମେଡିକାଲ ଭିତରକୁ ରୋଗୀ ନେଇ ଆସୁଥିବା ଓ ଯାଉଥିବା ଆମ୍ବୁଲାନ୍ସ ଗୁଡିକୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ସେହିପରି ଏଠାକୁ ଆସୁଥିବା ଗାଁ ଗହଳର ରୋଗୀମାନେ ମଧ୍ୟ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି କୌଣସି କାମ ନଥାଇ କିଛି ଲୋକ ସଦାସର୍ବଦା ମେଡିକାଲ ଗେଟ୍‍ ଆଗରେ ଅଯଥା ଭିଡ ଲଗାଉଥିବା ପରିଲକ୍ଷିତ ହେଉଛି ।

ତିହିଡି ମେଡିକାଲ ଗେଟ୍‍ ବିପରୀତ ପାଶ୍ୱର୍ରେ ତିହିଡି ଷ୍ଟେଟ ବ୍ୟାଙ୍କ ଥିବାରୁ ଏହାକୁ ଆସୁଥିବା ଗ୍ରାହକ ମାନେ ରାସ୍ତା ଉପରେ ବାଇକ ପାର୍କିଂ କରୁଥିବା ଯୋଗୁଁ ମେଡିକାଲ ଗେଟ୍‍ ଆଗରେ ସଦାସର୍ବଦା ଟ୍ରାଫିକ ଭିଡ ଦେଖିବାକୁ ମିଳିଥାଏ । ଏପରିସ୍ଥଳରେ କିଛି ଅସ୍ଥାୟୀ ଦୋକାନୀ ମେଡିକାଲ ଗେଟ୍‍କୁ ଲାଗି ଓ ରାସ୍ତା ଉପରକୁ ଟପି ସେମାନଙ୍କ ସମାଗ୍ରୀର ପସରା ମେଲାଇ ଦେଉଥିବାରୁ ସାଧାରଣ ଲୋକେ ଅସୁବିଧା ଭୋଗ କରୁଛନ୍ତି । ବିଶେଷକରି ସୋମବାର ଓ ଶୁକ୍ରବାର ତିହିଡିରେ ହାଟ ଲାଗୁଥିବାରୁ ଏହି ଦୁଇଦିନ ମେଡିକାଲ ଗେଟ୍‍ ଆଗରେ ଯିବାଆସିବା କରିବା ଅସମ୍ଭବ ହୋଇପଡୁଛି । ମେଡିକାଲ ପ୍ରଶାସନ କିମ୍ବା ପୋଲିସ ପ୍ରଶାସନ ଏ ଦିଗରେ ଆଦୌ ଧ୍ୟାନ ଦେଉନଥିବାରୁ ଲୋକଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

Nalco

Leave A Reply