Odisha news

ବିଭିିନ୍ନ କ୍ଷେତ୍ରର ସେଲିବ୍ରିଟିମାନେ ଏଭଳି ପାଳନ କଲେ ହୋଲି, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ ଓ ଭିଡିଓ

0

ମୁମ୍ବାଇ: ଆଜି ସାରା ବିଶ୍ବରେ ଖୁବ୍ ଧୁମଧାମରେ ରଙ୍ଗର ପର୍ବ ହୋଲିକୁ ‌ପାଳନ କରିଛନ୍ତି ଲୋକେ। ସାଧାରଣଜନତାଙ୍କଠାରୁ ଆରମ୍ଭ କରି କଳା ଜଗତ ଏବଂ କ୍ରିକେଟ ଜଗତର ଅନେକ ସେଲିବ୍ରିଟିମାନେ ଏହି ପର୍ବକୁ ଖୁବ୍ ଧୁମଧାମରେ ପାଳନ କରିଥିବା ଦେଖାଯାଇଛି। ସେମାନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଚର୍ଚ୍ଚାର ବିଷୟ ବନିଛି। କରୋନାଭାଇରସ ଭୟ ପାଇଁ ହୋଲି ପର୍ବ ଟିକେ ଫିକା ପଡ଼ିଥିଲେ ମଧ୍ୟ ଲୋକ ସାବଧାନତାର ସହ ହୋଲି ଖେଳିଛନ୍ତି। ତେବେ ବଲିଉଡ୍ ଏବଂ କ୍ରିକେଟ ଜଗତର ସେଲିବ୍ରିଟିମାନେ କିଭଳି ହୋଲିକୁ ପାଳନ କରିିଥିଲେ, ଆସନ୍ତୁ ତାହା ଉପରେ ନଜର ପକାଇବା।

୧. ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଖୁବ୍ ସାବଧାନତାର ସହ ହୋଲି ଖେଳିଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ ଶିଳ୍ପା ଶୁଖିଲା ରଙ୍ଗରେ ହୋଲି ଖେଳୁଥିବାର ନଜର ଆସୁଛନ୍ତି। ଏବେ ଶିଳ୍ପାଙ୍କର ହୋଲି ଫଟୋ ସହ ଟିକ୍ ଟକ୍ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

A post shared by Shilpa Shetty Kundra (@theshilpashetty) on 

୨. ଚଳିତ ବର୍ଷ ଆରମ୍ଭରୁ ନିର୍ବନ୍ଧ କରି ନିଜ ନିଜର ପ୍ରଶଂସକଙ୍କୁ ଚମକାଇ ଦେଇଥିଲେ ଅଭିନେତ୍ରୀ ନତାଶା ଷ୍ଟାଙ୍କୋବିକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ଏହା ପରେ ପରେ ଅନେକ ଇଭେଣ୍ଟରେ ଦୁହିଁଙ୍କୁ ସାଥୀରେ ଦେଖାଯାଇଥିବା ବେଳେ ହୋଲି ପର୍ବକୁ ମଧ୍ୟ ଦୁହେଁ ସାଥୀରେ ପାଳନ କରିଥିବା ଜଣା ପଡ଼ିଛି। ହାର୍ଦ୍ଦିକ ପାଣ୍ଡ୍ୟା ହୋଲି ପାଳନର କିଛି ଫଟୋ ଟୁଇଟ୍ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି।

hardik pandya

@hardikpandya7

Happy holidays from the Pandyas ❤️ hai

View image on TwitterView image on TwitterView image on Twitter
1,802 people are talking about this
୩.ଅନେକ ସମୟରେ ନିଜର ହଟ୍ ଫଟୋ ସେୟାର କରି ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ। ଏବେ ହୋଲି ଅବସରରେ ଦୀପିକା ନିଜ ଇନଷ୍ଟାଗ୍ରାମରେ ନିଜ ପ୍ରଶଂସକଙ୍କ ପାଇଁ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ‘ବଲମ୍ ପିଚକାରୀ’ ଗୀତରେ ନାଚୁଥିବାର ଦେଖାଯାଇଛି।

Happy Holi #deepikapadukone 🔥💕

A post shared by Viral Bhayani (@viralbhayani) on 

୪.ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ନିଜ ପରିବାର ସହ ଖୁବ୍ ସାଧାସିଧା ଭାବରେ ହୋଲି ପାଳନ କରିଥିଲେ। ଭାଇରାଲ ହେଉଥିବା ଫଟୋରେ ପତ୍ନୀ ଜୟା ବଚ୍ଚନ ବିଗ୍ ବିଙ୍କୁ ଫଗୁ‌ର ଟିକା ଲଗାଉଥିବାର ଦେଖାଯାଇଥିବା ବେଳେ ଅନ୍ୟ ଏକ ଫଟୋରେ ପୂରା ପରିବାର ହୋଲିକା ଦହନ ପାଳନ କରୁଥିବା ଦେଖାଯାଇଛି।

When there were terrorist attacks and now there is the virus attack. Pray for them to leave 🙏. Amitabh Bachchan and his family celeberate holi in the most traditional manner. #amitabhbachchan #jayabachchan #aishwaryaraibachan #aradhyabachchan #shwetabachchan #viralbhayani @viralbhayani

A post shared by Viral Bhayani (@viralbhayani) on 

୫. ବିବାହ ପରେ ପ୍ରଥମ ଥର ଭାରତରେ ହୋଲି ପାଳନ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍ ଜୋନସ। ପୁଣେରେ ଦୁହେଁ ହୋଲି ପର୍ବ ପାଳନ କରିଥିବା ବେଳେ ଦୁହିଁଙ୍କର ଫଟୋ ନିଜ ଇନଷ୍ଟାରେ ସେୟାର କରିଛନ୍ତି ପ୍ରିୟଙ୍କା। ଯାହା ଏବେ ଭାଇରାଲ ହୋଇଛି।

Priyanka Chopra
amarujala.com

୬.ବଲିଉଡ୍ କଣ୍ଠଶିଳ୍ପୀ ନେହା କକ୍କର ମଧ୍ୟ ହୋଲି ପାଳନ କରିଥିବାର ଏକ ଫଟୋ ସୋସିଆଲ ମିଡିଅ‌ାରେ ସେୟାର କରିଛନ୍ତି। ଫଟୋରେ ତାଙ୍କ ଆଗରେ ବିଭିନ୍ନ ରଙ୍ଗର ଅବୀର ରଖାଯାଇଥିବା ବେଳେ ସେ ହାତରେ ପିଚକାରୀ ଧରିଥିବାର ଦେଖାଯାଇଛି।

amarujala.com
Nalco

Leave A Reply