Odisha news

ଏକ୍‌ ଭିଲେନ୍‌ -୨ରେ କିଆରା

0

କିଆରା ଆଡଭାନୀ ଏବେ ଇଣ୍ଡଷ୍ଟ୍ରୀର ପସନ୍ଦଯୋଗ୍ୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଡାଇରେକଫର ତାଙ୍କୁ ନିଜ ଫିଲ୍ମ ପାଇଁ କାଷ୍ଟ୍‌ କରିବାକୁ ଚାହୁଁଛନ୍ତି । କିଆରାଙ୍କୁ ଏକ୍‌ ଭିଲେନ୍‌- ୨ରେ ଲିଡ୍‌ ରୋଲ୍‌ ପାଇଁ ଆପ୍ରୋଚ୍‌ କରାଯାଇଛି । ତାଙ୍କ ସହ ଜନ୍‌ ଆବ୍ରାହମ୍‌ ଓ ଆଦିତ୍ୟ ରୟ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ୨୦୧୪ରେ ମୋହିତ ସୁରୀଙ୍କ ବ୍ଲକବଷ୍ଟର୍‌ ଫିଲ୍ମ ଏକ୍‌ ଭିଲେନ୍‌ର ସିକ୍ୱଲ୍‌ ପାଇଁ ପ୍ରଡୁ୍ୟସର୍‌ ଏକ୍‌ତା କପୁର ଓ ଭୂଷଣ କୁମାର ଏକସଙ୍ଗେ କାମ କରିବେ । ଏହି ଫିଲ୍ମ ୮ ଜାନୁୟାରୀ ୨୦୨୧ରେ ରିଲିଜ୍‌ ହେବ । ଜନ୍‌ ଓ ଆଦିତ୍ୟଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସିଛି । ଆଶିକୀ ୨ ଓ ମଲଙ୍ଗ ପରେ ମୋହିତ ସୁରୀ ଓ ଆଦିତ୍ୟ ରୟ କପୁର ତୃତୀୟ ଥର
ଏକାଠି କାମ କରିବେ । କିଆରା ଶେଷ ଥର ଗୁଡ୍‌ ନୁ୍ୟଜ୍‌ରେ ନଜର ଆସିଥିଲେ । ଦର୍ଶକ ଏହି ଫିଲ୍ମକୁ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ ।

Nalco

Leave A Reply