କୃଷକଙ୍କ ଆୟ ବୃଦ୍ଧି କରିବ ୨୦୨୦ କୃଷି ନୀତି ‘ସମୃଦ୍ଧି’: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ଜନତା ମଇଦାନରେ ଉଦ୍ଘାଟିତ ହେଲା ‘କୃଷି ଓଡ଼ିଶା’
ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୨୦୨୦ କୃଷି ନୀତି ‘ସମୃଦ୍ଧି’ ଲୋକାର୍ପିତ
୫ ଦିନ ଯାଏଁ ଚାଲିବ ଏହି କୃଷି ମହୋତ୍ସବ
କୃଷି ସହ ଜଡ଼ିତ କମ୍ପାନିର ସିଇଓଙ୍କ ସହ ଆଲୋଚନା କଲେ ସରକାର
ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଏଥର ‘କୃଷି ଓଡ଼ିଶା’ରେ ୨୨୮ଟି ଷ୍ଟଲ, ୧୧୨ କମ୍ପାନି
ସକାଳ ୧୦ରୁ ସନ୍ଧ୍ୟା ୫ଟା ଯାଏଁ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ଏହି ପ୍ରଦର୍ଶନୀ
୨୪ ଯାଏଁ ଚାଲିବ କୃଷି ମହୋତ୍ସବ
ଭୁବନେଶ୍ୱର, ୨୦ ଜାନୁଆରି ୨୦୨୦: ଲଭଜନକ କୃଷି ପାଇଁ ପ୍ରୟାସ – ଏହି ଥିମ୍କୁ ନେଇ ସୋମବାର ଭୁବନେଶ୍ୱର ଜନତା ମଇଦାନରେ
ଆରମ୍ଭ ହୋଇଛି ‘କୃଷି ଓଡ଼ିଶା-୨୦୨୦’ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଓଡ଼ିଶାର ଚାଷୀ ରାଜ୍ୟ ବିକାଶର
ସାରଥୀ ହେବାକୁ ଆହ୍ୱାନ ଦେଇଥିଲେ ।
‚ଚାଷୀମାନେ ହେଉଛନ୍ତି ଦେଶର ଶକ୍ତି । ଅର୍ଥନୀତିର ଶକ୍ତି । ଚାଷ ଓ ଚାଷୀର ଉନ୍ନତି ଦେଶର ସମୃଦ୍ଧିରେ ସହାୟକ ହୋଇଥାଏ । ରାଜ୍ୟରେ
ପ୍ରଣୟନ ହୋଇଥିବା ନୂଆ ଚାଷ ନୀତି ଯୋଗୁଁ ଚାଷୀ ସ୍ୱାଭିମାନର ସହ ବଂଚୁଛନ୍ତି । ଚାଷୀମାନଙ୍କର ବିକାଶକୁ ଆମ ସରକାର ସବୁବେଳେ ଗୁରୁତ୍ୱ
ଦେଇ ଆସୁଛନ୍ତି । ‘କାଳିଆ’ ଯୋଜନା ଚାଷୀମାନଙ୍କର ସମ୍ମାନ ବୃଦ୍ଧି କରିଛି । ମୁଁ ଚାହୁଁଛି ଆମ ଚାଷୀ ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ
ପ୍ରୟୋଗ କରନ୍ତୁ । ସେମାନଙ୍କ ପରିବାର ଆନନ୍ଦରେ ରହନ୍ତୁ । ଚାଷୀମାନେ ରାଜ୍ୟ ବିକାଶର ସାରଥୀ ହୁଅନ୍ତୁ । ବିଭିନ୍ନ ଯୋଜନାର ଲାଭ ଚାଷୀ
ଉଠାଇବା ସହ ସମସ୍ତେ ଭଲରେ ରହନ୍ତୁ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଫେଡେରସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ଫିକି)ର ସହଯୋଗରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ
‘କୃଷି ଓଡ଼ିଶା-୨୦୨୦’ ଆୟୋଜନ କରାଯାଇଛି ।
ଏହି ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର
ସାହୁ ।
‚ମାଣ୍ଡିଆ ଆମ ରାଜ୍ୟକୁ ଏକ ନୂଆ ଦିଗ ଦେଇଛି । ଚଳିତ ‘କୃଷି ଓଡ଼ିଶା’ ମହୋତ୍ସବରେ ମାଣ୍ଡିଆକୁ ମାସ୍କଟ ଭାବେ ରଖାଯାଇଛି । ବର୍ତମାନ
ରାଜ୍ୟର ୧୪ଟି ଜିଲ୍ଲାରେ ମାଣ୍ଡିଆ ଚାଷ ହେଉଛି । ରାଜ୍ୟ ସରକାର କରିଥିବା ମାଣ୍ଡିଆ ମିଶନ୍ ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ପାଲଟିଛି । ମାଣ୍ଡିଆ
ସହିତ ଧାନ, କ୍ଷୀର, ମାଛ ଚାଷରେ ମଧ୍ୟ ଉତ୍ପାଦନ ବୃଦ୍ଧି ପାଇଛି । ଫଳରେ ଚାଷୀଙ୍କ ଆୟ ସାତଗୁଣ ବଢିଛି । ଚାଷୀ ଓ ଚାଷର ବିକାଶ ପାଇଁ
ରାଜ୍ୟ ସରକାର ସ୍ୱତନ୍ତ୍ର କୃଷି ବଜେଟ କରିଛନ୍ତି । ଏହାସହ ସ୍ୱତନ୍ତ୍ର କୃଷି ନୀତି ମଧ୍ୟ ପ୍ରଣୟନ କରାଯାଉଛି । ଚଳିତ ବର୍ଷ ନୂଆ କୃଷି ନୀତିର ନାମ
‘ସମୃଦ୍ଧି’ ରଖାଯାଇଛି । ରାଜ୍ୟ ସରକାରଙ୍କ ଏହି ସଫଳ ନୀତି ଯୋଗୁଁ ବହୁ ଯୁବକ ଚାଷ କରିବାକୁ ଆଗେଇ ଆସୁଛନ୍ତି । ଯୁବ ଚାଷୀଙ୍କୁ ପ୍ରୋତ୍ସାହନ
ଦେବା ପାଇଁ ଆସନ୍ତା ୨୪ ତାରିଖରେ ଏହି ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ।’’
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ କହିଛନ୍ତି, ‚ଲାଭଜନକ କୃଷି ପାଇଁ ପ୍ରୟାସ ହେଉଛି ଚଳିତ
‘କୃଷି ଓଡ଼ିଶା’ର ମୁଖ୍ୟ ଲକ୍ଷ୍ୟ । ନୂଆ ପ୍ରଣାଳୀର ଚାଷ ସମ୍ପର୍କରେ ଚାଷୀଙ୍କୁ ଜ୍ଞାନ ପ୍ରଦାନ ପାଇଁ ଏଥର ୨୨୮ଟି ଷ୍ଟଲ ରହିଛି । ପୁଷ୍ଟିକର ଖାଦ୍ୟକୁ
ପ୍ରୋତ୍ସାହନ ଯୋଗାଇବାକୁ ଯାଇ ମାଣ୍ଡିଆର ଉତ୍ପାଦନ ବଢିଛି । ଏହାକୁ ସାଧାରଣ ବଂଟନ ବ୍ୟବସ୍ଥାରେ ବି ସାମିଲ କରାଯାଇଛି । ୨୦୧୮-୧୯ରେ
ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଇଥିବାରୁ ୧୮୦୦ କୁଇଂଟାଲ ମାଣ୍ଡିଆ ଆଦାୟ ହୋଇଛି । ୧୨ଟି ଜିଲ୍ଲାର ୪୦ଟି ବ୍ଲକରେ କୃଷି
ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ କାମ କରୁଛି ।’’
ଫିକିର ମହାସଚିବ ଦିଲ୍ଲୀପ ଚେନୋୟ କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ଯୋଗାଇ ଦେଉଥିବା ସୁବିଧା