Odisha news

ଗୁଣିଗାରେଡି ନେଇ ଆକ୍ରମଣ ଯୋଜନାରୁ ଅଳ୍ପକେ ବର୍ତ୍ତିଲେ ଦମ୍ପତି

0
ରାୟଗଡା , ଗୁଣିଗାରେଡି ନେଇ ଆକ୍ରମଣ ଯୋଜନାରୁ ଅଳ୍ପକେ ବର୍ତ୍ତିଲେ ଦମ୍ପତି।  ଭଗବାନ ବଞ୍ଚାଇ ଦେଲେ ଜୀବନ। ଜିଲ୍ଲା ପ୍ରଶାସନର ସଚେତନତା  କାମ ଦେଉନାହିଁ। ଦିନକୁ ଦିନ ଅନ୍ଧବିଶ୍ୱାସ କବଳିତ ହୋଇ ପଡିଛି ରାୟଗଡା ଜିଲ୍ଲା।  ଅନ୍ଧବିଶ୍ୱାସ କୁପରିଣାମ ଭଗୁଛନ୍ତି ନିରୀହ ଆଦିବାସୀ। ଜିଲ୍ଲାରେ ଗୁଣିଗାରେଡିକୁ ନେଇ ଅନେକ ହତ୍ୟା କାଣ୍ଡ ଘଟିଥିବାବେଳେ  ଅନେକ  କାରାଗାରରେ ଦଣ୍ଡ ଭଗୁଥିବା ନଜିର ରହିଛି। ପ୍ରଶାସନ ତରଫରୁ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସରୁ ଦୁରେଇ ରହିବାକୁ ତୁହାକୁତୁହା ପଥପ୍ରାନ୍ତ ନାଟକ,ବୈଠକ ମାଧ୍ୟମରେ କାର୍ଯ୍ୟକ୍ରମମାନ ଯାରିରହିଥିଲେ ସୁଦ୍ଧା ଦୁର ହୋଇପାରୁନାହିଁ ଅନ୍ଧବିଶ୍ୱାସ। ଏହି  ଆଦିବାସୀଙ୍କ ପାଖକୁ ପହଞ୍ଚିପାରୁ ନାହିଁ ଏହି ସଚତନ ବାର୍ତ୍ତା ଯାହାକି ଜିଲ୍ଲାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ନେବାକୁ ପଛାଉ ନାହାନ୍ତି ମଣିଷ। ଯାହାଦ୍ୱାରା ସଚେତନ କାର୍ଯ୍ୟକ୍ରମ ଫେଲ ମାରିଥିବା ପ୍ରମାଣ କରିଛି ଏହି ଘଟଣା। ସୂଚନା ଅନୁଯାୟୀ ଗତ କାଲି ରାତିରେ ଏହିଭଳି ଏକ ଘଟଣା ଘଟିବାରୁ ବର୍ତ୍ତିଯାଇଛନ୍ତି ଗୋଟିଏ ଆଦିବାସୀ ଦମ୍ପତି। ସେମାନେ ହେଲେ ମହେଶ୍ୱର ହୁଇକା ଓ ତାଙ୍କ ପତ୍ନୀ ରାତ୍ନାଲୁ ହୁଇକା । ସେମାନଙ୍କ ଘର ଚାନ୍ଦିଲି ଥାନା ଅନ୍ତର୍ଗତ ମାଲିଗାଁ ଗ୍ରାମରେ ଘଟଣାରୁ ପ୍ରକାଶ ଯେ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ମହେଶ୍ୱର ଗତ କିଛିଦନ ହେବ ବୁର୍ଲାରେ ଚିକିତ୍ସିତ ହେଉଥିଲେ । ହେଲେ ମହେଶ୍ୱର ଗାଁରେ ଗୁଣିକରି ବୁର୍ଲା ଚାଲିଯାଇଥିବା ଗ୍ରାମର ଅନ୍ୟ ଲୋକେ ଅଭିଯୋଗ କରୁଥିଲେ । ଏଭଳିକି ଗ୍ରାମର ଜଣକୁ ଜ୍ୱର ନଛାଡିବାରୁ ଏହି ସନ୍ଦେହ କରିଥିଲେ ମହେଶ୍ବରଙ୍କୁ । ଏହାକୁ କେନ୍ଦ୍ରକରି ଗତକାଲି ଅପରାହ୍ଣରେ ପାଟିତୁଣ୍ଡ ହୋଇଥିଲା । ତେବେ ମହେଶ୍ୱର ଜଣେ ହୃଦରୋଗୀ ହୋଇଥିବାରୁ ସେ ଏହାକୁ ସମ୍ଭାଳି ପାରିନଥିଲେ । ଗାଁର ପ୍ରାୟ ୨୫ ଜଣ ଯୁବକ ତାଙ୍କ ଉପରେ ଆକ୍ରମଣ ଯୋଜନା କରିଥିଲେ । ଏନେଇ ଗ୍ରାମରେ ବୈଠକ ମଧ୍ୟ ହୋଇଥିଲା । ଅପରାହ୍ନରେ ମହେଶ୍ବରଙ୍କ ଘରେ ପଶି ପାଟିତୁଣ୍ଡ କରିବା ସହିତ ତାଙ୍କ ଝିଅ ଓ ପତ୍ନୀକୁ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ କିଛି ଯୁବକ । ତେବେ ଗତକାଲି ରାତିରେ ଆକ୍ରମଣ ଉଦ୍ୟମ ପୂର୍ବରୁ  ମହେଶ୍ବରଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କ ପତ୍ନୀ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସାନପୁଅ ସମ୍ବଲପୁରରେ ଚାକିରୀ କରୁଥିବା ବେଳେ ବଡପୁଅ ଭୟଭୀତ ଅବସ୍ଥାରେ ଲୁଚିଥିବା ଜଣାପଡିଛି।  ଭୟରେ ସେ ପୁଲିସରେ ଗତକାଲି ଅଭିଯୋଗ ମଧ୍ୟ କରିନାହାଁନ୍ତି ବୋଲି କହିଛନ୍ତି ହୁଇକା ଏହା ପୂର୍ବରୁ କିନ୍ତୁ ଅଭିଯୋଗ କରିଥିଲେ । ତେବେ ଫଳପ୍ରଦ ହୋଇନଥିଲା ।   ବର୍ତ୍ତମାନ ଏହି ଘଟଣା ସମ୍ପର୍କରେ ଏସଡିପିଓ ତପନ ନାରାୟଣ ରଥ କହିଛନ୍ତି ଯେ ଆମକୁ କୌଣସି ଅଭିଯୋଗ ମିଳିନାହିଁ। ତଥାପି ଆପଣଙ୍କ ମାଧ୍ୟମରେ ସୂଚନା ପାଇବାପରେ ଗୋଟିଏ ପୁଲିସ ଟିମ ଗାଁକୁ ଯାଇ ଅନୁସନ୍ଧାନ କରିଛନ୍ତି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଗ୍ରାମବାସୀଙ୍କୁ ସଚେତନ କରାଯିବ । ପ୍ରକାଶଥାଉକି ଦିନକୁ ଦିନ ଅନ୍ଧବିଶ୍ୱାସ କବଳିତ ହୋଇ ପଡିଛି ରାୟଗଡା ଜିଲ୍ଲା।  ରାମନାଗୁଡା ବ୍ଲକ ଅନ୍ତର୍ଗତ ଉକୁମ୍ବାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଟ୍ରିପଲ ମଡର ହୋଇଥିଲା ଚଳିତ ବର୍ଷ ଫେବୃଆରୀ ମାସରେ। ଜଣେ ବ୍ୟକ୍ତି ରୋଗଗ୍ରସ୍ତ ହୋଇ ମୁତ୍ୟୁ ହୋଇଥିବା ବେଳେ ଏହି ମୁତ୍ୟୁକୁ ନେଇ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ସ୍ୱାମୀ-ସ୍ତ୍ରୀ ସମେତ ଅନ୍ୟ ଜଣ ବୃଦ୍ଧାକୁ ଘରୁ ଉଠେଇ ନେଇ ର୍ନିମମ ଭାବେ ହତ୍ୟା କରାଯାଇଥିଲା। ଏପରି ଗତ ଦୁଇ ବର୍ଷ ଭିତରେ ଅନୁଧ୍ୟାନ କରିବେ ତେବେ ରାୟଗଡ଼ା ସଦରମହକୁମା ବ୍ଲକ ଅନ୍ତର୍ଗତ ନାଥମାରେ ଦୁଇ ଜଣକୁ ନିର୍ମମ ଭାବରେ ଗୁଣିଗାରେଡି ସନ୍ଧେହରେ ହତ୍ୟା କରାଯାଇଥିଲା । ହତ୍ଯା କରିବା ପରେ ଦୁଇ ଜଣକୁ ମୁଣ୍ଡ ଗଣ୍ଡି ଅଲଗା କରି ମୁଣ୍ଡକୁ ପୋଡ଼ିଦେଇ ଗଣ୍ଡି ଅନ୍ୟ ଏକ ସ୍ଥାନରେ ପୋତି ଦେଇଥିଲେ।  ସେହିପରି ଶେସଖାଲ ଥାନା ଅଧିନରେ ଥିବା ଗୋଟିଏ ଗ୍ରାମରେ ଗୁଣିଆ ସନ୍ଦେହରେ  ସ୍ବାମୀକୁ ହତ୍ୟା କରିବା ପରେ ସ୍ତ୍ରୀକୁ ଧମକ ଚମକ ଦେଇ ଘଟଣାକୁ ଚାପି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ରାୟଗଡ଼ା କୋର୍ଟ  ବିଚାରକରି ୧୪ ଜଣକୁ ଆଜୀବନ ଦଣ୍ଡାଦେଶ ଆଦେଶ ଦେଇଛନ୍ତି। ଅଳ୍ପ କିଛି ଦିନ ପୂର୍ବରୁ ଗୁଣପୁର କୋର୍ଟ ୯ଜଣକୁ ଫାଶୀ ଦଣ୍ଡାଦେଶ ଶୁଣାଣି ହୋଇଥିଲା। ତଥାପି ଅନ୍ଧବିଶ୍ୱାସର ମହୋ ଯାଇନି ରାୟଗଡ଼ା ଲୋକଙ୍କ ପାଖରୁ ଏଥିରୁ ସ୍ବଷ୍ଟ ଅନୁମେୟ ହେଉଛି ଯେ ଲୋକଙ୍କ ପାଖରେ ଶିକ୍ଷା ଓ ଚଚେତନତାର ଅଭାବ ରହିଛି।।

Leave A Reply