Odisha news

ଭାରତୀୟ ରୋଷେୟାରୁ ବିଦେଶୀ କଳାକାର ଗୋଟିଏ ସୁଦୀର୍ଘ ଯାତ୍ରା , କିଏ ସେହି  ଦେବ ରା଼ତୁରୀ ?

0

ନୂଆଦିଲ୍ଲୀ : ମଣିଷର ଇଚ୍ଛା ଶକ୍ତି  ନିକଟରେ ହାର ମାନିଥାଏ ତାର କପାଳ ଲିଖନ .. ହଁ ଆଜ୍ଞା ଏହାକୁ ସଫଳ କରି ଦେଖାଇଛନ୍ତି ଭାରତର ଦେବ ରା଼ତୁରୀ  l ଯିଏ କି ଆଜି ଚୀନ ଚଳଚିତ୍ର ଜଗତର ଜଣେ ଜଣାଶୁଣା କଳାକାର l ଗୋଟିଏ ୱେଟର ଭାବରେ ଭାରତରୁ ଚୀନ ର ଯାତ୍ରା ଆରମ୍ଭ କରିଥିଲେ ଦେବ ରା଼ତୁରୀ l  ବର୍ତମାନ ସୁଦ୍ଧା ୨୦ ରୁ ଅଧିକ ଚୀନୀ ଚଳଚିତ୍ର ରେ ନିଜର ଅଭିନୟ ର  ପାରଦର୍ଶିତା ଦେଖାଇ ସାରିଛନ୍ତି l ହିନ୍ଦୁସ୍ତାନ ଟାଇମ୍ସ ର ସୂଚନା ଅନୁସାରେ ଦେବ ରା଼ତୁରୀ  ଭାରତ ଉତ୍ତରାଖଣ୍ଡ ର ବାସିନ୍ଦା ଅଟନ୍ତି l ସେ ଜଣେ ଚାଷୀ ପରିବାରର ବ୍ୟକ୍ତି l ୪୬ ବର୍ଷୀୟ ଦେବ ରା଼ତୁରୀ  ପ୍ରସିଧ ଦିବଂଗତ କଳାକାର ଓ ମାର୍ଶାଲ ଆର୍ଟ କଳାକାର ବୃଷ ଲି ଙ୍କର ବଡ଼ ପ୍ରଶଂସକ l ସେ କଦାପି ଭାବି ନଥିଲେ ତାଙ୍କର ଇଚ୍ଛା ଶକ୍ତି ତାଙ୍କୁ ଟାଣିନେବ ଚୀନ ର ଫିଲ୍ମ ଦୁନିଆକୁ l ଆଜି ଦେବ ଚୀନ ର ଜଣେ ପ୍ରସିଦ୍ଧ କଳାକାର l ତାଙ୍କୁ ବିଭିନ୍ନ ଚଳଚିତ୍ର ଓ ୱେବ ସିରିଜ ରେ କାର୍ଯ୍ୟ କରିବାର ଅଫର ମିଳିବାରେ ଲାଗିଛି ଏବଂ ସେ ମଧ୍ୟ ଦର୍ଶକ ଙ୍କ ମନୋରଞ୍ଜନ କରିବାରେ ସକ୍ଷମ ହେଉଛନ୍ତି l

ଦେବ ରା଼ତୁରୀ ଚୀନ ରେ ଏତେ ପ୍ରସିଦ୍ଧ ଯେ ବିଭିନ୍ନ ସ୍କୁଲ ର ପାଠ୍ୟ ପୁସ୍ତକ ରେ ତାଙ୍କ କାହାଣୀ କୁ ସାମିଲ କରାଯାଇଛି, ଯାହାକି ପିଲା ମାନଙ୍କ ପାଇଁ ପ୍ରେରଣା ଦାୟକ l ୧୮ ବର୍ଷ ପୂର୍ବେ ଚୀନ ରେ ଗୋଟିଏ ୱେଟର ଭାବରେ କାର୍ଯ୍ୟ ଆରମ୍ଭ କରିଥିବା ଦେବ ରା଼ତୁରୀ କେବେ ଭାବି ନଥିଲେ ତାଙ୍କ ଜୀବନୀ ଚୀନ ର ପାଠ୍ୟକ୍ରମ ରେ ଶାମିଲ କରାଯିବ l ଚୀନ ର ସପ୍ତମ ଶ୍ରେଣୀର ପିଲା ମାନଙ୍କୁ ଦେବ ରା଼ତୁରୀ ଙ୍କ ବିଷୟରେ ଶିକ୍ଷା ଦିଆଯାଉଛି l

ଦେବ ରତୁଡି ଉତ୍ତରାଖଣ୍ଡ ର ଟେହରି ଗଡ଼ବାଲ ଜିଲ୍ଲାରେ ଗୋଟିଏ କୃଷକ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ୧୯୭୬ ରେ ଜନ୍ମ ଗ୍ରହଣ କରିଥିଲେ , ସେମାନେ ୫ ଭାଇ ଭଉଣୀ ଥିଲେ l ୧୯୯୩ ରେ ଦଶମ ପାସ କରିବା ପରେ କିଛି ରୋଜଗାର ଉଦେଶ୍ୟ ରେ ଦିଲ୍ଲୀ ଯାଇଥିଲେ , ଏବଂ ସେଠାରେ କିଛି ରୋଜଗାର କରି ପରିବାର ପାଇଁ ପଠାଇବା ଆରମ୍ଭ କଲେ l ସେ ଦିଲ୍ଲୀରେ ପ୍ରଥମ ଥର ପାଇଁ ବୃଷ ଳୀ ଙ୍କ ଚଳଚିତ୍ର ଦେଖିଥିଲେ ଏବଂ ଚୀନ ଯିବା ପୂର୍ବରୁ ଦେବ ଭାରତର ମାୟା ନଗରୀ ମୁମ୍ବାଇ ଯାଇ  ଅଡିସନ ମଧ୍ୟ ଦେଇଥିଲେ l କିନ୍ତୁ ତାଙ୍କୁ ସର୍ବଦା ନିରାଶା ମିଳିଥିଲା l

ଏହାପରେ ସେ ଭାରତରେ ମାର୍ଶାଲ ଆର୍ଟ ଶିଖିବା ପରେ ଚୀନ ପଳାଇ ଯାଇଥିଲେ l ୨୦୦୫ ରେ ସେ ବେଜିଙ୍ଗ ର ଗୋଟିଏ ଭାରତୀୟ  ରେସ୍ତୁରଣ୍ଟ ରେ ୱେଟର ଭାବରେ କାମ ଆରମ୍ଭ କରିଥିଲେ ଏବଂ ଏଠାରେ ତାଙ୍କୁ ୧୬୫୦ ୟୁଆନ ମିଳିଥିଲା ଯାହାକି ଭାରତୀୟ ମୁଦ୍ରାରେ ୧୮  ହଜାର ଟଙ୍କା ଥିଲା l  ମାସିକ ଦରମା ପାଇବା ପରେ ଦିନରେ ହୋଟେଲ ରେ କାମ କରି ରାତିରେ    ମନ୍ଦାରିନ ଭାଷା ଶିଖିବା ସହିତ ମାର୍ଶାଲ ଆର୍ଟ ଶିଖୁଥିଲେ  l ସେ ଗୋଟିଏ ସାକ୍ଷାତକାର ରେ କହିଥିଲେ ଯେ ମାର୍ଶାଲ ଆର୍ଟ ର ଶିକ୍ଷା ଗ୍ରହଣ କରିଥିବାରୁ ମୋର ବହୁତ ଚୀନ ଚଳଚିତ୍ର ଜଗତରୁ ଆଶା ରହିଥିଲା l  କିନ୍ତୁ ଯେତେବେଳେ ମୁଁ ଶୁଣିଲି ଯେ ଉପଯୁକ୍ତ ମାର୍ଶାଲ ଆର୍ଟ ରେ ପ୍ରଶିକ୍ଷଣ ପାଇଁ ସୋଆଲୀନ ମନ୍ଦିର ଯିବାକୁ ପଡିବ l ଯାହାକି ଗୋଟିଏ ମଠ ସଂସ୍ଥା l କିନ୍ତୁ ଏଠାକାର ଖର୍ଚ୍ଚ ବହନ କରିବା ପାଇଁ ମୁଁ ଅକ୍ଷମ ଥିଲି l

ତେଣୁ ୨୦୧୩ ରେ  ମୁଁ ନିଜର ଗୋଟିଏ ର୍ରେସ୍ତୁରାନ୍ଟ ଖୋଲିଲି, ଯେଉଁଠି ବେଶ ୨ପଇସା ରୋଜଗାର କରିହେବ ଏବଂ ମୁଁ ସେହି ର୍ରେସ୍ତୁରାନ୍ଟ ର ନାମ ରେଡ ଫୋର୍ଟ ରଖିଥିଲେ ପରେ ଏହାର ନାମ ଅମ୍ବର ପ୍ୟାଲେସ ରଖାଗଲା l ଏକଦା ସେହି ର୍ରେସ୍ତୁରାନ୍ଟ ଙ୍କୁ ଜଣେ ଡ଼ାଇରେକ୍ଟର ଖାଇବାକୁ ଆସିଥିଲେ, ସେ ମୋର ଇଚ୍ଛା ଶକ୍ତି ଦେଖି ମତେ ଗୋଟିଏ ଟିଭି ସିରିଏଲ ଛୋଟ ରୋଲ ଦେଲେ l  ଏହା ପରେ ଦେବ ରା଼ତୁରୀ ଆଉ ପଛକୁ ଫେରି ଚାହିଁ ନାହାନ୍ତି l

Leave A Reply