ପହେଲଗାଁ ରେ ଆତଙ୍କବାଦୀ ଆକ୍ରମଣ ସାରା ଭାରତର ଛାତି କୁ ଥରାଇ ଦେଇଛି , ଇତି ମଧ୍ୟରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ସାହା ଶ୍ରୀନଗର ରେ ପହଁଚି ସାରିଛନ୍ତି l ଏବଂ ଉଚ୍ଚ ସ୍ତରୀୟ ବୈଠକ୍ ଆରମ୍ଭ କରିଛନ୍ତି l ଏହି ବୈଠକ ରେ ତାଙ୍କ ସହିତ ଜାମୁକାଶ୍ମୀର ଉପ ରାଜ୍ୟପାଳ ମଧ୍ୟ ଉପସ୍ଥିତ ରହିଛନ୍ତି l
ଏହି ଆକ୍ରମଣ ରେ ୨୬ ସାଧାରଣ ନାଗରିକ ଙ୍କ ର ମୃତ୍ୟୁ ହୋଇଛି ଏବଂ ସେହି ମାନଙ୍କ ମଧ୍ୟରେ ଓଡିଶା ବାଲେଶ୍ୱର ରେମୁଣାର ପ୍ରଶାନ୍ତ ଶତପଥୀ ଙ୍କ ମୃତ୍ୟୁ ହୋଇଛି l ପ୍ରଶାନ୍ତ ନିଜ ପରିବାର ସହିତ ବୁଲିବାକୁ ଯାଇଥିଲେ l ଏବଂ ଆତଙ୍କବାଦୀ ମାନେ ସେନା ପୋଷାକ ରେ ଆସି ଧର୍ମ ପଚାରି ଜଣ ଜଣ ଙ୍କୁ ହତ୍ୟା କରିଥିଲେ l ଏହି ଘଟଣା ସାରା ଭାରତ ର ଛାତି ଦୋହଲାଇ ଦେଇଛି l
ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ ରେ ଯାଇଛନ୍ତି ଏବଂ ଆମେରିକା ଉପ ରାଷ୍ଟ୍ରପତି ଭାରତ ଗସ୍ତ ରେ ଆସିଛନ୍ତି l