Odisha news

ଶନି ଚାଳିଶା କେଉଁମାନେ ଓ କେବେ ପାଠ କରିବା ଆବଶ୍ୟକ

0

ଶନି ଙ୍କ ଅଶୁଭ ପ୍ରଭାବ ରୁ ମୁକ୍ତି ପାଇବା ପାଇଁ ସାଧାରଣ ଭାବରେ ଶନି ଚାଳିଶା ପାଠ କରିବାକୁ କୁହାଯାଏ, ଏମିତିରେ ତ ଯେକୌଣସି ବ୍ୟକ୍ତି ଶନି ଚାଳିଶା ପାଠ କରିପାରିବ , କିନ୍ତୁ ବିଶେଷ ଭାବରେ ଯେଉଁ ବ୍ୟକ୍ତିଙ୍କ ରାଶିରେ ଶନି ଚଳନ ହୋଇଛନ୍ତି ସେମାନେ ବିଶେଷ ଭାବରେ ପଢିବା ଜରୁରୀ l  ଏହାଛଡା ଯେଉଁ ମାନଙ୍କ ଜାତକ ରେ ଶନି ଙ୍କ ଅଶୁଭ ସ୍ଥିତି କାରଣରୁ କ୍ୟାରିଅର, ବ୍ୟବସାୟ, ବିବାହ ଓ ଚାକିରୀ ରେ ଅସୁବିଧା ହେଉଛି ସେମାନେ ପଢିବା ଆବଶ୍ୟକ l

କିପରି କରିବେ ଶନି ଚାଳିଶା ପାଠ –
ଶନିବାର ଦିନ ଶନି ମନ୍ଦିର କୁ ଯାଇ କିମ୍ବା ପିପାଳ ବୃକ୍ଷ ନିକଟକୁ ଯାଇ ଶନି ଚାଳିଶା ପାଠ କରିପାରିବେ l କଦାପି ଶନି ଚାଳିଶା ପଢିବା ସମୟରେ ଠିଆ ହେବେ ନାହିଁ, ବସିକି ପଢିବେ, ପୁରୁଷ ମାନେ ଡାହାଣ ପାର୍ଶ୍ୱରେ ଓ ନାରୀ ମାନେ ବାମପାର୍ଶ୍ଵରେ ବସିବା ଜରୁରୀ l ଶନି ଚାଳିଶା ପିପାଳ ବୃକ୍ଷ ମୂଳରେ ପଢନ୍ତୁ କିମ୍ବା ମନ୍ଦିରରେ ନିହାତି ଭାବରେ ସୋରିଷ ତେଲର ଦୀପ ଜଳାଇବେ ଓ ଗୁଡ଼ ରାଶି, ଗୋଲାପ ଜାମୁ ଅର୍ପଣ କରିବେ l

* ଏହିସବୁ କଥାକୁ ରଖନ୍ତୁ ଧ୍ୟାନ –
* ଯଦି ଶନିବାର ଦିନ ଶନି ଙ୍କ ନିକଟରେ ସୋରିଷ ତେଲ କିମ୍ବା ରାଶି ତେଲର ଦୀପ ଅର୍ପଣ କରୁଛନ୍ତି ତା ପୂର୍ବରୁ ମହାଦେବ , ବଜରଙ୍ଗ ବାଲି ଙ୍କୁ ନିହାତି ଧ୍ୟାନ କରନ୍ତୁ l ଏବଂ ଏହାପରେ ଶନି ଚାଳିଶା ପାଠ କରନ୍ତୁ l

* ଶନିଙ୍କ ପ୍ରଭାବ ଯଦି ଜାତକ ଉପରେ ରହିଛି ତେବେ ଶନିବାର ଦିନ ଶନି ଚାଳିଶା ପାଠ କରିବା ପରେ ଗାଈକୁ ରୁଟି ସହିତ ଗୁଡ଼ ଦେଇ ଭୋଜନ କରାନ୍ତୁ , ଏବଂ କଳା କୁକୁର କୁ ମଧ୍ୟ ଭୋଜନ ଦିଅନ୍ତୁ l

* ବିଶେଷ ଭାବରେ ପ୍ରତ୍ୟେକ ବ୍ୟକ୍ତି ଶନିବାର ଦିନ ଶନି ଦେବଙ୍କୁ   ସନ୍ତୁଷ୍ଟ କରିବା ପାଇଁ କାଉ କୁ ଭୋଜନ ଦେଇପାରିବେ l  ଆପଣ ଶନିବାର ଦିନ ରାଶି ପକାଇ ଖେଚୁଡ଼ି ପ୍ରସ୍ତୁତ କରି କାଉ କୁ ଦେଇ ସାରିବା ପରେ ନିଜେ ଖାଆନ୍ତୁ l

* ଶନିବାର ଦିନ ଶନି ଦେବଙ୍କ କୃପା ପାଇବା ପାଇଁ ଶନି ଚାଳିଶା ପଢି ସାରି ଅପରାଜିତା ଫୁଲ ପୁଷ୍ପାଞ୍ଜଳୀ ଭାବରେ ଅର୍ପଣ କରନ୍ତୁ , ଯାହାକି ଜୀବନ ରେ ସୁଖ ସ୍ବଛନ୍ଦ ଦେଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ l

Leave A Reply