ପେଟରେ TB ହେଉଛି ଅନ୍ତ ରେ ଗୋଟିଏ ବ୍ୟାକ୍ଟେରିଆଲ ଇନଫେକ୍ସନ , ଏହାକୁ ମେଡିକାଲ ଭାଷାରେ ଗ୍ୟାସ୍ଟ୍ରୋ ଈଂଟୱେଷ୍ଟଇନ ଟ୍ୟୁବର କୋଲିସ ବୋଲି କୁହାଯାଇଥାଏ l ଏହା ଛୋଟ ଅନ୍ତ , ବଡ଼ ଅନ୍ତ , ଆପେଣ୍ଡିକ୍ଷ, କୋଲନ, ରେକଟମ ରେ ମଧ୍ୟ ହୋଇପାରେ l ଏହା ମାଇକ୍ରୋ ବ୍ୟାକ୍ଟେରିଆଲ କାରଣରୁ ହୋଇଥାଏ l ଯାହାକି ଅନେକ ସମୟ ରେ ଫୁସଫୁସ କୁ ଅଟାକ କରିଥାଏ l ଏହି ଇନଫେକ୍ସନ ଦୂଷିତ ପାଣି ପିଇବା ଖରାପ ପଦାର୍ଥ ର ଛେପ ଢୋକିବା କାରଣରୁ ହୋଇଥାଏ l
କାହିଁକି ଅଧିକ ମାରାତ୍ମକ ପେଟର TB –
ଛାତିରେ TB ହେଲେ ଖୁବ ଶୀଘ୍ର ଜଣାପଡ଼ିଯାଏ, କିନ୍ତୁ ଯେତେବେଳେ ପେଟରେ TB ହୋଇଥାଏ ଦୀର୍ଘଦିନ ପର୍ଯ୍ୟନ୍ତ ଜାଣିହୁଏ ନାହିଁ l ଏବଂ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ l କିନ୍ତୁ ଏହାର ଲକ୍ଷଣ ସମ୍ପୂର୍ଣ ଭିନ୍ନ ଅଟେ l ଏହାକୁ ଜାଣିବାରେ ଡେରି ହୋଇଥାଏ ତେଣୁ କମ୍ପ୍ଲିକେସନ ବଢି ଯାଇଥାଏ l
କଣ ରହିଥାଏ ଲକ୍ଷଣ –
TB ସାଧାରଣ ଭାବରେ ଛାତିରେ ହୋଇଥାଏ ବୋଲି ଆମେ ଜାଣିଥାଉ, କିନ୍ତୁ ଅନେକ ସମୟ ରେ ଫୁସଫୁସ ବାହାରେ ମଧ୍ୟ TB ହୋଇପାରେ , ଏହି କଣ୍ଡିସନ କୁ ଏକ୍ସଟ୍ରା ପଳମନାରୀ TB କୁହାଯାଇଥାଏ l ଏହି TB କାରଣରୁ ପେଟରେ ସର୍ବଦା ଇନଫେକ୍ସନ ହୋଇଥାଏ l
– ଖାଦ୍ୟ ହଜମ ନହେବା
– ଭୋକ ନଲାଗିବା
– ମଳ ରେ ରକ୍ତ ପଡିବା
– ପେଟର ତଳ ପାର୍ଶ୍ୱରେ ଯନ୍ତ୍ରଣା ହେବା
କିପରି ରହିବେ ସୁସ୍ଥ –
ସ୍ୱାସ୍ଥ୍ୟକର ଭୋଜନ ଜରୁରୀ
– କୌଣସି ଲକ୍ଷଣ ରହିଲେ ଡାକ୍ତରଙ୍କୁ ପରାମର୍ଶ
– ନିୟମିତ ପଇଡ ପାଣି ପିଅନ୍ତୁ
-ଅଧିକ ଗରମ ଖାଦ୍ୟ ଖାଆନ୍ତୁ ନାହିଁ