Odisha news

ନୂଆପଡାରେ ମୁଖ୍ୟମନ୍ତ୍ରୀ ଟ୍ରଫି ପାଇଁ ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିନ

0
ନୂଆପଡ଼ା -୧୨/୪ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ସଦର ମହକୁମା  ସ୍ଥିତ ପୋଲିସ ପଡ଼ିଆରେ ଜିଲ୍ଲା କ୍ରୀଡ଼ା ବିଭାଗ ଦ୍ଵାରା ମୁଖ୍ୟ ମନ୍ତ୍ରୀ ଟ୍ରଫି ପାଇଁ ଅଣ୍ଡର 15 ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି । ଆଜି ଷଷ୍ଠ ଦିନରେ ଅନୁଷ୍ଠିତ ପ୍ରଥମ ମେଚ ରେ କୋମନା ଏଫ୍ ସି ଖରୀଆର  ଏଫ୍ ସି କୁ  ୪/୦ ଗୋଲ୍ ରେ ପରାସ୍ତ କରି  ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ସେହିପରି ଦ୍ଵିତୀୟ ମ୍ୟାଚ୍ ମାରାଗୁଡା ଏଫ୍ ସି ଓ ଖରୀଆର ଏଫ୍ ସି  ମଧ୍ୟରେ ଅନୁଷ୍ଠିତ ହୋଇଥିଲା
। ଏହି ମ୍ୟାଚ୍ ରେ ମାରାଗୁଡ଼ା ଏଫ୍ ସି ୧/୦ ଗୋଲ୍ ରେ ବିଜୟୀ ହୋଇଥିଲା ।
।ଆଜିକାର ଖେଳରେ ମୁଖ୍ୟ ଅତିଥି ରୂପରେ ଡେପୁଟୀ କଲେକ୍ଟର ଶେଖ୍ ନସିମ, ସମ୍ମାନିତ ଅତିଥି ଭାବରେ  ମ୍ୟାଚ୍ କମିଶନର ପ୍ରକାଶ କୁମାର ସାହୁ, ବିଦେଶ କୁମାର୍ ଘୋଷ , ଲଳିତ ମୋହନ ନାୟକ  ପ୍ରମୁଖ ଯୋଗଦାନ କରିଥିଲେ ।ରେଫରି ହିସାବରେ ହରିହର ସାହୁ, , ଅମୂଲ୍ୟ ବାରିକ, ବଳରାମ ସରାଫ, ପ୍ରକାଶ ଯୋଷୀ ଖେଳ ପରିଚାଳନା କରିଥିଲେ ।ରାଜେନ୍ଦ୍ର ପ୍ରସାଦ ବଢାଇ ,ଡି ଏସ ଓ ନୂଆପଡ଼ା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉଭୟ ମ୍ୟାଚ୍ ଖେଳା ଯାଇଥିଲା । ସମସ୍ତ ଦଳକୁ ଅତିଥିଗଣ ଆନ୍ତରିକ ଶୁଭେଚ୍ଛା ଜଣାଇ ସେମାନଙ୍କ କ୍ରୀଡ଼ା ପ୍ରତି ରହିଥିବା ଶୃଙ୍ଖଳା ଓ ସମ୍ମାନକୁ ପ୍ରଶଂସା କରି ଉତ୍ସାହିତ କରିଥିଲେ ।
Leave A Reply