ନୂଆପଡ଼ା ୮/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅବକାରୀ ଥାନା ଦ୍ୱାରା ବେଆଇନ ମହୁଲ ଚୋରା ଚାଲାଣ ବେଳେ ମହୁଲ ସହ ଏକ ମିନି ଟ୍ରକ ଜବତ କରାଯିବା ସହ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି। ନୂଆପଡା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଙ୍କ ନିର୍ଦ୍ଧେଶ କ୍ରମେ ଖରିଆର ଅବକାରୀ ଥାନା ର ଭାରପ୍ରାପ୍ତ ଅଧିକାରୀ ଅଲେଖ ପୁଟେଲ ସଦଳବଳେ ଚଢ଼ାଉ କରି କୋମନା ନିକଟ ବର୍ତ୍ତୀ ବାହାଲମୁଣ୍ଡା ଛକ ଜାତୀୟ ରାଜପଥ ୩୫୩ ରେ ଏକ ମହୁଲ ବୋଝେଇ ୪୦୭ ମଡେଲ ମିନି ଟ୍ରକ କୁ ଅଟକାଇ ସେଥିରେ ବେଆଇନ ଭାବେ ଚାଲାଣ ହେଉଥିବା କ୍ଵି. ୧୦.୫୩ ପରିମାଣ ର ମହୁଲ ଓ ଗାଡି ଜବତ କରିବା ସହ ଗାଡି ଚଳାଉଥିବା ଅଭିଯୁକ୍ତ ବାହାବଳ ଗ୍ରାମ ନିବାସୀ ଜୟଲାଲ ସାହୁ ଙ୍କୁ ଗିରଫ କରି ଓଡିଶା ଅବକାରୀ ଆଇନ ର ଧାରା ୫୨(ଏ)ll ଅନୁଯାୟୀ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହି ଚଢ଼ାଉ ବେଳେ ଅବକାରୀ ଏ.ଏସ. ଆଇ ଅମରନାଥ ବିଶୋଇ, କନ ଷ୍ଟେବଲ ମଧୁସୂଦନ ସିଂ, ଗିରେନ୍ଦ୍ର କଟା, ବୈଜୟନ୍ତୀ ଶବର ପ୍ରମୁଖ ସାମିଲ ଥିବା ଜଣାପଡିଛି।