ହିନ୍ଦୁ ଧର୍ମ ରେ ନବରାତ୍ରି ର ଅନେକ ମହତ୍ୱ ରହିଛି , ଏହି ୯ ଦିନ ମାଙ୍କ ର ୯ ଟି ରୂପର ପୂଜା କରାଯାଇଥାଏ l ଭକ୍ତ ମା ଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ କରି ଥାଆନ୍ତି , ସେହିଭଳି ନବରାତ୍ରି ରେ ମା ଙ୍କୁ ଲବଙ୍ଗ ଅର୍ପଣ କରିବାର ଅନେକ ମହତ୍ୱ ରହିଛି , କିନ୍ତୁ ମା ଙ୍କ ନିକଟରେ କାହିଁକି ଲବଙ୍ଗ ଅର୍ପଣ କରାଯାଇଥାଏ ଜାଣିଛନ୍ତି କି ?
ଲବଙ୍ଗ ର ଧାର୍ମିକ ମହତ୍ୱ –
ହିନ୍ଦୁ ଧର୍ମ ରେ ଲବଙ୍ଗ କୁ ଶୁଭ ଓ ପବିତ୍ର ବସ୍ତୁ ଭାବରେ ଗ୍ରହଣ କରାଯାଏ l ଏହାକୁ ପୂଜା ପାଠ ଓ ହୋମ ରେ ବ୍ୟବହାର କରାଯାଏ l ଏହାଏ ସୁଗନ୍ଧ ରେ ନକାରାତ୍ମକ ଉର୍ଜା ଦୂର ହୋଇଥାଏ l ମାନ୍ୟତା ରହିଛି ଯେ ମା ଙ୍କ କୃପା ପାଇବା ପାଇଁ ଲବଙ୍ଗ ଅର୍ପଣ କରିବା ଶୁଭ ଅଟେ l
ଲବଙ୍ଗ ସର୍ପଣ କରିବାର ଲାଭ –
* ଲବଙ୍ଗ ର ସୁଗନ୍ଧ ଦ୍ୱାରା ଜୀବନ ରୁ ନକାରାତ୍ମକ ଶକ୍ତି ର ପ୍ରଭାବ ଦୂର ହୋଇଥାଏ l
* ମା ଦୁର୍ଗା ଙ୍କୁ ଲବଙ୍ଗ ଅର୍ପଣ କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ l
* ଲବଙ୍ଗ ଔଷଧୀୟ ଗୁଣରେ ଭରପୁର ହୋଇଥାଏ , ଏବଂ ଏହା ଈଶ୍ୱର ଙ୍କୁ ଅର୍ପଣ କରିବା ଦ୍ୱାରା ରୋଗ ବ୍ୟାଧି ରୁ ମୁକ୍ତି ମିଳିଥାଏ l
* ମାଙ୍କ ନିକଟ ରେ ଲବଙ୍ଗ କୁ ଅର୍ପଣ କଲେ ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ ଏବଂ ଜୀବନ ରୁ ନକାରାତ୍ମକ ଶକ୍ତି ର ପ୍ରଭାବ ଦୂର ହୋଇଥାଏ l
ମନସ୍କାମନା ପୂର୍ଣ ପାଇଁ ଲବଙ୍ଗ ରେ ଉପାୟ –
* ଧନ ପ୍ରାପ୍ତି ପାଇଁ –
ଗୋଟିଏ ନାଲି କପଡା ରେ ୨ ଟି ଲବଙ୍ଗ , ୫ ଟି ଗୁଜୁରାତି , ୫ ଟି ଗୁଆ କୁ ବାନ୍ଧି ଅର୍ପଣ କରନ୍ତୁ l
* ନକାରାତ୍ମକ ପ୍ରଭାବ ଦୂର ପାଇଁ – ନିୟମିତ ଘରେ କର୍ପୁର ଓ ଲବଙ୍ଗ ରେ ଆଳତି କରନ୍ତୁ l
ଚଳିତ ନବରାତ୍ରି ରେ ମା ଦୁର୍ଗା ଙ୍କୁ ଲବଙ୍ଗ ଅର୍ପଣ କରନ୍ତୁ ଏବଂ ସମସ୍ତ ନକାରାତ୍ମକ ଶକ୍ତି ନିକଟ ରୁ ଦୂରେଇ ରୁହନ୍ତୁ l