ନୂଆପଡ଼ା – ୧୭/୩ (ସୁରେନ୍ଦ୍ର ତିୱାରୀ) କୋମନା ଥାନା ଅନ୍ତର୍ଗତ ଗାତିବେଡା ଗ୍ରାମର ଜନୈକ ଯୁବକ ଗଛ ରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଛି।ଉକ୍ତ ଗ୍ରାମର ଆଲାମ ଧରୁଆ (୨୮)ନାମକ ଯୁବକ ନିଜ ବଡଭାଇ ଙ୍କ ବାହାଘର ଭୋଜି ପାଇଁ କିଛି ଦୋକାନ ସାମଗ୍ରୀ ସଉଦାପତ୍ର କିଣିବାକୁ ସମ୍ପର୍କୀୟ ଭାଇ ଶୁଭେ ଙ୍କ ସହ ଉଦ୍ୟାନବନ୍ଧ କୁ ବାଇକ ଯୋଗେ ଯାଇଥିଲେ। ସେଠାରେ ଜିଣିଷପତ୍ର କିଣାକିଣି ସାରି ତାଙ୍କ ଭାଇଙ୍କୁ ସେଠାରେ ଛାଡି କୁଆଡେ ଚାଲିଯାଇ ନ ଫେରିବାରୁ ତାଙ୍କ ଭାଇ ଏକ ପିକ ଅପ ଭେନ ଯୋଗେ ବାହାଘର ଭୋଜି ସାମଗ୍ରୀ ଧରି ଘରକୁ ଫେରି ସମସ୍ତ ଙ୍କୁ ଜଣେଇ ଥିଲେ।ତାଙ୍କୁ ଖୋଜାଖୋଜି କରି ନ ପାଇଁ ପରିବାର ଲୋକେ ଘରକୁ ଫେରି ଆସିଥିଲେ। ଆଜି କୁମୁଟିମୁଣ୍ଡା ଖେଳ ପଡିଆ ରାସ୍ତା କଡ ଏକ ଗଛ ରେ ନିଜେ ପିନ୍ଧିଥିବା ସାର୍ଟ କୁ ବେକ ରେ ଲଗେଇ ଝୁଲୁ ଥିବା କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବଟିକୁ ଜବତ କରି ଏକ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି।